Jai Odisha
News

ସଡ଼କ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ

ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ

ବାଣପୁର : ଶୁକ୍ରବାର ସଂନ୍ଧ୍ୟାରେ ନାଚୁଣୀ ଥାନା ଅଧୀନସ୍ଥ ଗମ୍ଭାରୀମୁଣ୍ଡା କଉଡିଆ ଛକ ପେଟ୍ରୋଲ ପମ୍ପ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣକ ହେଲେ କୁମାଣ୍ଡଳ ଗ୍ରାମର 39 ବର୍ଷୀୟା ଦମୟନ୍ତୀ ପ୍ରଧାନ. ସୂଚନା ମୁତାବକ ଦମୟନ୍ତୀ ନିଜ ବାପ ଘର ଆୟତପୁର ପଞ୍ଚାୟତ ବେଲଡିହ ଗ୍ରାମରୁ ସମ୍ପର୍କୀୟ ପୁତୁରା ସହିତ ଏକ ବାଇକ ରେ କୁମାଣ୍ଡଳ ଯାଉଥିବା ସମୟରେ ଉକ୍ତ ପେଟ୍ରୋଲ ପମ୍ପ ଠାରେ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା ଯାହା ଫଳରେ ସେଠାରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା. ସୂଚନା ପାଇ ନାଚୁଣୀ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା ଗମ୍ଭାରୀମୁଣ୍ଡା ବିଟ ହାଉସ ଉପ ନିରୀକ୍ଷକ କେଶବ ଚନ୍ଦ୍ର ବେହେରା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟେଇ ଥିବା ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି.

Leave A Reply

Your email address will not be published.