Jai Odisha
News

ସନ୍ତୁର ବାଦକ ପଣ୍ଡିତ ଭଜନ ସୋପୋରୀଙ୍କ ପରଲୋକ

ନୂଆଦିଲ୍ଲୀ,୨।୬:  ପ୍ରସିଦ୍ଧ ସନ୍ତୁର ବାଦକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଭଜନ ସୋପୋରୀଙ୍କର ଗୁରୁବାର ପରଲୋକ ଘଟିଛି। ସେ ଗୁରୁଗ୍ରାମର ଫୋର୍ଟିସ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଭଜନ ସୋପୋରୀ କଶ୍ମୀରର ସୋପୋର ଉପତ୍ୟକାର ବାସିନ୍ଦା ଥିଲେ। ସେ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁଫିଆନା ଘରାନାର ଥିଲେ। ଭଜନ ସୋପୋରୀ ୧୯୫୩ରେ ମାତ୍ର ପାଞ୍ଚ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ତାଙ୍କ ପୂରା ନାମ ଭଜନ ଲାଲ ସୋପୋରୀ ଏବଂ ତାଙ୍କ ପିତା ପଣ୍ଡିତ ଏସ.ଏନ ସୋପୋରୀ ମଧ୍ୟ ଜଣେ ସନ୍ତୁର ବାଦକ ଥିଲେ।

Leave A Reply

Your email address will not be published.