Jai Odisha
News

ସପ୍ତାହେ ବନ୍ଦ ରହିବ ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ୱାର

ଭୁବନେଶ୍ୱର,୯/୧୧ :  ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର । ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଦ୍ୱାର ମରାମତି ହେବ । ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ମନ୍ଦିର କାର୍ଯ୍ୟାଳୟକୁ ଅବଗତ କରିବା ପରେ ମଙ୍ଗଳବାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ଶ୍ରଦ୍ଧାଳୁଙ୍କ ଦର୍ଶନରେ ବ୍ୟାଘାତ ନ ହେବା ଲାଗି ଉତ୍ତର ଦ୍ୱାରକୁ ଖୋଲା ରଖାଯିବ ।  ସେହିପରି ନିର୍ବିଘ୍ନରେ ମରାମତି କାମ କରିବା ଲାଗି ଗୁମୁଟ ଘରେ ଥିବା ଦିଅଁଙ୍କ ଆଲମିରା ଓ ଉଭୟ ପାଶ୍ୱର୍ର ଉଠା ଦୋକାନ ସବୁକୁ ସ୍ଥାନାନ୍ତର କରାଯିବ । ସୂଚନା ଅନୁଯାୟୀ ପ୍ରଥମେ ପୁରୁଣା କବାଟକୁ ବାହାର କରାଯିବ । ଏଏସଆଇ ତରଫ ନିର୍ମାଣ ହୋଇ ମନ୍ଦିର ପରିସରରେ ରଖାଯାଇଥିବା ଅସ୍ଥାୟୀ କବାଟକୁ ସେହିଦିନ ହିଁ ଲଗାଯିବ । ଏହାପରେ ନୂଆ କବାଟ ଆଣି ସବୁ ପ୍ରକାର ମାପଚୁପ ପୁନଃ ଯାଞ୍ଚ କରି କବଜା ଓ କବାଟ ଲଗାଯିବ । ଶେଷରେ କବାଟ ପିତଳ ପାତରେ ଢଙ୍କା ଯିବ । ଏହି ପ୍ରକ୍ରିୟା ସାରିବାକୁ ପ୍ରାୟ ଗୋଟିଏ ସପ୍ତାହ ଲାଗିଯିବ ।

Leave A Reply

Your email address will not be published.