Jai Odisha
News

ସମାଜସେବୀ ଡ଼.ଉତ୍ତମ ମଲ୍ଲିକଙ୍କୁ ଏମ ସି ଏଲ ପକ୍ଷରୁ ସମ୍ବର୍ଦ୍ଧିତ କରାଗଲା

ଭୁବନେଶ୍ୱର (୨୮/୫/୨୨) :- ଯୁବ ବ୍ୟବସାୟୀ ସମାଜସେବୀ ଡ଼. ଉତ୍ତମ ମଲ୍ଲିକଙ୍କୁ ଏମ ସି ଏଲ ( ମୀରା କ୍ଲିନ ଫୁଏଲ ପ୍ରାଇଭେଟ ଲିମିଟେଡ଼) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଅଛି। ଦିନକୁ ଦିନ ରନ୍ଧନ ଗ୍ୟାସର ଚାହିଦା ବଢିବା ଦ୍ବାରା ଆନ୍ତର୍ଜାତିକ ବଜାରରେ ଗ୍ୟାସର ଦର ଆକାଶ ଛୁଆଁ ହେବାକୁ ଦୃଷ୍ଟିରେ ରଖି ପୂର୍ବତନ ରାଷ୍ଟ୍ରପତି ଡ଼. ଅବଦୁଲ କାଲାମ କିଛି ସାଥି ବୈଜ୍ଞାନିକଙ୍କୁ ସାଥିରେ ନେଇ ବାଇଓ ଗ୍ୟାସ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ବିପ୍ଳବ ସୃଷ୍ଟି କରିଯାଇଛନ୍ତି। ଯାହା ଆରମ୍ଭ ହେଇଥିଲା ଦୁଇ ହଜାର ବାର ମସିହାରେ ଏବଂ ଫଳପ୍ରଦ ହେଇଛି ଦୁଇ ହଜାର ଏକୋଇଶରେ। ଏଠାରେ ପ୍ରକାଶ କରୁକି ଡ଼. କାଲାମ ରନ୍ଧନ ଗ୍ୟାସ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ସହ ପ୍ରଦୂଷଣରୁ ଦେଶକୁ ମୁକ୍ତ କରିବା ପାଇଁ ବାଇଓ ଗ୍ୟାସ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ପାଇଁ ଦେଶର କିଛି ଅଭିଜ୍ଞ ବୈଜ୍ଞାନିକଙ୍କ ସହ ମିଳିତ ଭାବେ ଗବେଷଣା କରି ଦେଶବାସୀଙ୍କ ପାଇଁ ବାଇଓ ଗ୍ୟାସର ଜ୍ଞାନ କୌଶଳ ଦେଇଯାଇଛନ୍ତି। ଗୋଟିଏ ଗୋଟିଏ ଗ୍ୟାସ କାରଖାନା ପାଇଁ ଅନ୍ୟୁନ ଦଶ ହଜାର ଏକର ଜମିରୁ ସୁପର ନେପିଅର ଘାସ କଞ୍ଚାମାଲ ଭାବରେ ଆବଶ୍ୟକ ହେବ। ଯାହା ଫଳରେ ହଜାର ହଜାର ଲୋକଙ୍କ ଆର୍ଥିକ ଅବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପଡିବ। ଲକ୍ଷ ଦୁଇ ହଜାର ତିରିଶ ସୁଦ୍ଧା ଆବଶ୍ୟକ ହେଉଥିବା କ୍ରୁଡ଼ ଅଏଲର ସତୁରି ଭାଗ ଦେଶକୁ ସ୍ୱାବଲମ୍ବୀ କରିବା। ପ୍ରକଳ୍ପକୁ ସାକାର ରୂପ ଦେବାକୁ ଆଗେଇ ଆସିଛି ଏମ ସି ଏଲ। ଯାହାର ଉଦ୍ଦେଶ୍ୟ ଚାଷୀମାନଙ୍କ ସହଭାଗୀତାରେ କାରଖାନା ପ୍ରତିଷ୍ଠା କରିବା ସହ, କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁକୁ ଉତ୍କୃଷ୍ଟ ସାର ଭାବରେ ପରିଣତ କରି ଦେଶକୁ ରାସାୟନିକ ସାରର କୁପ୍ରଭାବରୁ ମୁକ୍ତ କରିବା। ଏମ ସି ଏଲ ପକ୍ଷରୁ ଡ଼. ଉତ୍ତମ ମଲ୍ଲିକଙ୍କୁ ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ଉକ୍ତ କାରଖାନା ପ୍ରତିଷ୍ଠା କରିବାକୁ ଚୟନ କରାଯାଇଛି। ଜିଲ୍ଲାର ଅନେକ ଆଶାଇ କାରଖାନା କରିବା ଦୌଡ଼ରେ ଥିଲେବି, ଉତ୍ତମ ମଲ୍ଲିକଙ୍କୁ ସେଥିପାଇଁ ଚୟନ କରିବା କମ ବଡ଼ କଥାନୁହଁ। ଡ଼. ଉତ୍ତମ ମଲ୍ଲିକ ମାଲକାନଗିରି ଜିଲ୍ଲାର ଜଣେ ଅଗଧାଡ଼ିର ସମାଜସେବୀ ଭାବରେ ଜଣାଶୁଣା ବ୍ୟକ୍ତିତ୍ୱ। ଜିଲ୍ଲାର କାମଳ ପୀଡିତ ବିଭିନ୍ନ ଗ୍ରାମରେ ନିଜସ୍ୱ ଉଦ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଅନେକ ପ୍ରକଳ୍ପ କରିବା ସହ ଆଇ କ୍ୟାମ୍ପ ଏବଂ ଗରିବ ଆଦିବାସୀ ହରିଜନ ପିଲାଙ୍କ ପାଇଁ ଇଂରାଜୀ ମାଧ୍ୟମ ସ୍କୁଲ ଆଦି ପ୍ରତିଷ୍ଠା କରି ସ୍ଥାନୀୟ ଅଧିବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଜଳଦୁତ୍ତର ଆଖ୍ୟା ପାଇଛନ୍ତି। ଏପରି ଏକ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠାର ଉଦ୍ଦେଶ୍ୟ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାର କୃଷକ ମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା।ଯାହା ସ୍ୱାଗତଯୋଗ୍ୟ। ସେଥିପାଇଁ ଆଜି ଏମ ସି ଏଲ ପକ୍ଷରୁ ଭୁବନେଶ୍ୱର ଅଫିସ ଠାରେ ରତନ ରଞ୍ଜନ ବେହେରା ଏବଂ ଉମେଶ ପଣ୍ଡା ପ୍ରମୁଖ ଉତ୍ତମଙ୍କୁ ରାଜ୍ୟର ଜଣେ ଅଗ୍ରଣୀ ଉଦ୍ୟୋଗୀ ଭାବରେ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave A Reply

Your email address will not be published.