Jai Odisha
News

ସମ୍ପତ୍ତି ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ବଢ଼ିଛି ୪୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର,୨୦ା୫:ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ନିଜ ନିଜର ସଂପତ୍ତି ତାଲିକା  ପ୍ରକାଶ ପାଇଛି । ୨୦୨୧ ମସିହା ଅପେକ୍ଷା ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବଢ଼ିଛି। ୪୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ବଢ଼ିଛି ମୁଖ୍ୟମନ୍ତ୍ରୀଙ୍କର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି।  ଏହି ସମ୍ପତ୍ତି ତାଲିିକା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ୱେବସାଇଟରେ ପ୍ରକାଶ ପାଇଛି । ଏଥିରେ ଜଣାପଡିଛି ଯେ, ମୁଖ୍ୟମନ୍ତ୍ରୀ ସବୁଠାରୁ ଧନୀ, ଗତବର୍ଷ ଠାରୁ ନବୀନଙ୍କ ସଂପତ୍ତିର ପରିମାଣ ୪୨ ଲକ୍ଷ ୯୦ ହଜାର ଟଙ୍କା ବଢିଛି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କେଉଁ ମନ୍ତ୍ରୀଙ୍କ ସଂପତ୍ତି କେତେ ଅଛି । ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୭୦ ଲକ୍ଷ ଟଙ୍କା ଭୁବନେଶ୍ୱରର ଏସବିଆଇରେ ୨୦ ଲକ୍ଷ ୮୭ ହଜାର, ହିଞ୍ଜିଳିକାଟୁ କଲେଜ୍ କ୍ୟାମ୍ପସ ଏସବିଆଇରେ ୭ ହଜାର ଟଙ୍କା ଏବଂ ଅନ୍ୟ ଆକାଉଣ୍ଟରେ ୧୪ ହଜାର ଟଙ୍କା ରହିଛି । ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ୧ କୋଟି ଟଙ୍କାର ଫିକ୍ସ୍‌ଡ୍‌ ଡିପୋଜିଟ୍‌ ରହିଛି। ଏହା ବ୍ୟତୀତ ୯ କୋଟି ଟଙ୍କାର ଆର୍‌ବିଆଇ ବଣ୍ଡ୍‌ ଓ ପୋଷ୍ଟ୍‌ ଅଫିସ୍‌ରେ ଦେଢ଼ କୋଟି ଟଙ୍କାର ଟର୍ମ ଡିପୋଜିଟ୍‌ ଅଛି। ଦିଲ୍ଲୀ ଲୋଧି ରୋଡ୍‌ର ପୋଷ୍ଟ ଅଫିସ୍‌ରେ ୬ ଲକ୍ଷ ୯୬ ହଜାର ଟଙ୍କା ରହିଛି। ନବୀନଙ୍କ ପାଖରେ ସାଢ଼େ ତିନି ଲକ୍ଷ ଟଙ୍କାର ସୁନା ଗହଣା ଥିବା ବେଳେ ୧୯୮୦ ମସିହାର ଏକ ଆମ୍ବାସଡର୍‌ କାର୍‌ ମଧ୍ୟ ରହିଛି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କର ଦୁଇ ତୃତୀୟାଂଶ ସେୟାର ଅଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ଟଙ୍କା ହେବ। ଦିଲ୍ଲୀର ଏପିଜେ ଅବଦୁଲ୍‌ କଲାମ୍‌ ରୋଡ୍‌ରେ ଥିବା ସମ୍ପତ୍ତିରେ ନବୀନଙ୍କର ୫୦ ପ୍ରତିଶତ ସେୟାର ରହିଛି। ଏହାର ବର୍ତ୍ତମାନର ମୂଲ୍ୟ ୪୩ କୋଟି ୩୬ ଲକ୍ଷ ୧୮ ହଜାରଟଙ୍କା ହେବ। ନବୀନଙ୍କର ଉପରେ କିଛି ଋଣ ଭାର ନାହିଁ। ୨୦୨୧ ଅପେକ୍ଷା ୨୦୨୨ରେ ବିଭିନ୍ନ ବ୍ୟାଙ୍କ, ବଣ୍ଡ୍‌ ଏବଂ ପୋଷ୍ଟ ଅଫିସରେ ହୋଇଥିବା ଡିପୋଜିଟ୍ ରାଶି ୪୨ ଲକ୍ଷ ୮୬ ହଜାର ୬୯ ଟଙ୍କା ବୃଦ୍ଧି ପାଇଛି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨୦୨୨ରେ ୩ ଲକ୍ଷ ୪୯ ହଜାର ୭୪୦ ଟଙ୍କାର ଅଳଙ୍କାର ଥିବା ସମ୍ପତ୍ତି ତାଲିକାରେ ଦର୍ଶାଯାଇଛି।

 

Leave A Reply

Your email address will not be published.