Jai Odisha
News

ସମ୍ପତ୍ତି ତାଲିକା ଦାଖଲ ନ କଲେ ଦରମା ବନ୍ଦ

ଭୁବନେଶ୍ୱର,୧୦।୧: ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କର । ନଚେତ ଫେବୃଆରୀର ଦରମା ବନ୍ଦ । ନିଜ କର୍ମଚାରୀଙ୍କୁ ସଫା ସଫା ଏପରି ଶୁଣାଇ ଦେଇଛି  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ନିଜ ବାର୍ଷିକ ସମ୍ପତ୍ତି ତାଲିକା ପ୍ରତି ବର୍ଷ ଘୋଷଣା କରିବାକୁ ରାଜ୍ୟ ସରକାର କଡ଼ାକଡ଼ି ନିୟମ ଲାଗୁ କରିଥିବା ସତ୍ତ୍ୱେ ଏହାକୁ ଖାତିର କରୁ ନାହାନ୍ତି ସରକାରୀ କର୍ମଚାରୀ। ନିର୍ଦ୍ଧାରିତ ସମୟ ସୀମା ପରେ ବି ଦାଖଲ କରୁ ନାହାନ୍ତି ନିଜ ସମ୍ପତ୍ତି ତାଲିକା । ତେଣୁ ନିଜ କର୍ମଚାରୀଙ୍କୁ ନିୟମର ପାଠ ପଢ଼ାଇବାରୁ କଠୋର ହୋଇଛି  ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ନିଜ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ସୋମବାର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାରି କରିଛି ନିର୍ଦ୍ଦେଶନାମା । ଏଥିନିମନ୍ତେ ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଡେଡ୍‌ଲାଇନ୍‌ ଦିଆଯାଇଛି। ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଘୋଷଣା ନ କରିବା ପର୍ଯ୍ୟନ୍ତ ଫେବୃଆରୀ ମାସର ଦରମା ମିଳିବନି ବୋଲି ବି କଡ଼ା ଚେତାବନୀ ଦିଆଯାଇଛି। ନିଜ ସମ୍ପତ୍ତିର ତାଲିକା ଘୋଷଣା କରିବା ପରେ ହିଁ ସେମାନେ ଦରମା ଉଠାଇ ପାରିବେ।ଏହାକୁ ନେଇ କୃଷି ବିଭାଗ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି। ସୂଚନା ଅନୁସାରେ, ଓଡ଼ିଶା ସରକାର ଦୁର୍ନୀତିକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ କୃଷି ବିଭାଗୀୟ କର୍ମଚାରୀମାନେ ନିଜ ସଂପତ୍ତି ତାଲିକା ଦାଖଲ କରିବେ। ଚଳିତ ମାସ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଯେଉଁମାନେ ଦାଖଲ ନ କରିବେ ସେମାନଙ୍କୁ ୨୦୨୩ ବର୍ଷ ଫେବୃଆରୀ ମାସର ଦରମା ଦିଆଯିବ ନାହିଁ । ତେବେ ରାଜ୍ୟରେ କିଛିଦିନ ହେବ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲର ଶିକାର ହେଉଛନ୍ତି । ତେଣୁ ଏନେଇ କୃଷି ବିଭାଗର ପ୍ରମୁଖ ସଚିବ କଡା ନିର୍ଦ୍ଦେଶ ଦେଇଛନ୍ତି |

Leave A Reply

Your email address will not be published.