Jai Odisha
News

ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲା, ଓକିଲଙ୍କୁ ଜାମିନ

କଟକ,୧୦ା୨: ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ ଓକିଲମାନଙ୍କୁ ଶୁକ୍ରବାର ଜାମିନ ମିଳିଛି। ଆନ୍ଦୋଳନ, କୋର୍ଟରେ ଭଙ୍ଗାରୁଜା ନେଇ ଗିରଫ ହୋଇଥିଲେ। ସମ୍ବଲପୁର ଓକିଲ ସଂଘର ୨୯ ଜଣ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ରାଲି ନକରିବା, ଧାରଣ ନଦେବା ସହ ବୟାନବାଜି ନ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ଗୁରୁବାର ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।ସମ୍ବଲପୁର ହାଇକୋର୍ଟରେ ସ୍ଥାୟୀ ବେଂଚ ଦାବି ଆନ୍ଦୋଳନରେ କୋର୍ଟ ପରିସରରେ ଆଇନଜୀବୀମାନେ ଭଙ୍ଗାରୁଜା କରିଥିଲେ । ଆଜି ସେହି ଆଇନଜୀବୀ ମାନଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଥିବା କଥା ସାମ୍ନାକୁ ଆସିଛି । ଜଷ୍ଟିସ୍ ଭି, ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗିରଫ ହୋଇଥିବା ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର ପୂର୍ଣ୍ଣାଙ୍କ ଶୁଣାଣି ହୋଇଛି ।ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲାକୁ ଛାଡ଼ି ୨୦୨୨ ମସିହା ସଡ଼କ ଦୁର୍ଘଟଣା ପରେ ହୋଇଥିବା ଆନ୍ଦୋଳନ ରୁଜୁ ମାମଲାରେ ୮ଜଣ ଆଇନଜୀବୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏମାନେ ଭଙ୍ଗାରୁଜା ମାମଲାରେ ସଂପୃକ୍ତ ନଥିଲେ ମଧ୍ୟ ପୋଲିସ ଏମାନଙ୍କୁ ଧନୁପାଲି ଥାନା ମାମଲାରେ ଗିରଫ ବୋଲି ଦର୍ଶାଇଥିଲା । ଆଜି ହାଇକୋର୍ଟ ୨୯ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ଆବେଦନ କରିଛନ୍ତି ।ଏହି ୨୯ ଜଣ ଆଇନଜୀବୀଙ୍କୁ ଧନୁପାଲି ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି ।

Leave A Reply

Your email address will not be published.