Jai Odisha
News

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ୍ ବୁକ୍ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୫ା୨ : ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍‌ ବୁକ୍‌ ଦିଆଯିବ। ସରକାରୀ  ସ୍କୁଲ୍‌ର ଛାତ୍ରଛାତ୍ରୀ ମାନଙ୍କୁ ନୋଟ୍‌ବୁକ୍ ମିଳିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେଥିରେ ପିଲାଙ୍କୁ ୱାର୍କହୋମ ଏବଂ ଶିକ୍ଷକ କଣ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ। ଏହାଦ୍ୱାରା ପିଲାମାନେ କଣ ପଢୁଛନ୍ତି ଅଭିଭାବକମାନେ ଜାଣିପାରିବେ। ଚଳିତ ବର୍ଷ ବଜେଟ୍‌ରେ ଶିକ୍ଷାକୁ ବେଶ ଗୁରୁତ୍ୱ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟ୍ ବୁକ୍ ଦିଆଯିବ । ଯେଉଁଥିରେ ପିଲାଙ୍କୁ ହୋମ ୱର୍କ ଓ ଶିକ୍ଷକ ମାନେ କ’ଣ ପାଠ ପଢାଉଛନ୍ତି ସେ ନେଇ ଉଲ୍ଲେଖ ରହିବ । ପିଲାଙ୍କୁ ନୋଟ୍‌ ବୁକ୍‌ ଦିଆଯିବା ଫଳରେ ଅଭିଭାବକ ମାନେ ପିଲାମାନଙ୍କ ପାଠ ପଢ଼ା ସମ୍ପର୍କରେ ସମସ୍ତ କଥା ଜାଣିପାରିବେ । ସ୍କୁଲରେ କ’ଣ ପାଠ ପଢ଼ାଯାଉଛି ଏବଂ ଘରକୁ କ’ଣ ପାଠ ଦିଆଯାଉଛି ବୋଲି ଜାଣିପାରିବେ ଅଭିଭାବକ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍‌ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।

 

Leave A Reply

Your email address will not be published.