Jai Odisha
News

ସହିଦ୍ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନବନ୍ଦର : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୨୫।୯: ରବିବାର ପୂର୍ବାହ୍ନ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନକି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।  ଏହି କାର୍ଯ୍ୟକ୍ରମର ପ୍ରସାରଣ ଅଲ ଇଣ୍ଡିଆ ରେଡିଓ ସମେତ ଦୂରଦର୍ଶନ, ୟୁ ଟ୍ୟୁବ ଓ ଅନ୍ୟ ସୋସିଆଲ ମିଡିଆରେ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନାମିବ୍ୟାରୁ ଅଣା ଯାଇଥିବା ଚିତାଙ୍କ ସୁରକ୍ଷା ଦାୟିତ୍ୱ ଲୋକଙ୍କ ଉପରେ ସମର୍ପିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସହିଦ ଭଗତ ସିଂଙ୍କ ନାମରେ ଚଣ୍ଡିଗଡ଼ ବିମାନବନ୍ଦରର ନାମ ଘୋଷଣା କରିଛନ୍ତି ମୋଦି । ସେ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଏହା ଅପେକ୍ଷା କରାଯାଇଥିଲା । ସେପ୍ଟେମ୍ବର ୨୫ରେ ଦେଶର ମହାନ ମାନବବାଦୀ, ଚିନ୍ତକ ତଥା ମହାନ ପୁତ୍ର ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ ପାଳନ କରାଯାଏ । ସେ କହିଛନ୍ତି ଯେ ଦିନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାର ସବୁଠାରୁ ବଡ ଗୁଣ ହେଉଛି ଯେ ସେ ତାଙ୍କ ଜୀବନରେ ବିଶ୍ବର ବଡ ଅଶାନ୍ତି ଦେଖିଛନ୍ତି । ସେ ଆଦର୍ଶବାଦ ସଂଘର୍ଷର ସାକ୍ଷୀ ହୋଇଥିଲେ । ଏହି ଅବସରରେ ସେ ୨୦୧୫ ମସିହାରେ ପ୍ରତିଷ୍ଠିତ ଭାରତୀୟ ସଙ୍କେତିକ ଭାଷା ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ନିକଟରେ ନାମିବିଆରୁ ଆଣିଥିବା ଚିତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।  ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଣ୍ଡିଗଡ଼ ବିମାନ ବନ୍ଦରର ନାମ ସହିଦ ଭଗତ ସିଂହଙ୍କ ନାମରେ ରଖାଯିବ ବୋଲି ଘୋଷଣା କରିଛନ୍ତି। ରେଡିଓରେ ମନକି ବାତ ସମ୍ବୋଧନ ପ୍ରାରମ୍ଭରେ ମୋଦି ଚିତାଙ୍କ ଉପରେ ଆଲୋଚନା ଲାଗି ଅନେକ ମ୍ୟାସେଜ ଆସିଥିବାର କହିଥିଲେ।ପ୍ରଧାନମନ୍ତ୍ରୀ ଦେଶବାଶୀଙ୍କୁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ପ୍ରେରିତ ହେବାକୁ କହିଛନ୍ତି। ସେମାନଙ୍କ ଆଦର୍ଶରେ ଚାଲି ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିବାକୁ ଆହ୍ୱାନ ଦେଇଛନ୍ତି, ସେମାନଙ୍କ ପ୍ରତି ଏହାହିଁ ଆମମାନଙ୍କ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଶହିଦଙ୍କ ସ୍ମାରକ, ସେମାନଙ୍କ ନାମରେ ସ୍ଥାନ, ସଂସ୍ଥାନ ଆମକୁ କର୍ତ୍ତବ୍ୟଲାଗି ପ୍ରେରଣା ଦେଇଥାଏ। ଖାସ ଏଥିପାଇଁ ଚଣ୍ଡିଗଡ଼ ବିମାନ ବନ୍ଦରକୁ ଶହିଦ ଭଗତ ସିଂହ ନାମରେ ରଖିବାକୁ ଯାଉଛୁ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Leave A Reply

Your email address will not be published.