Jai Odisha
News

ସାଇକେଲ ଟଙ୍କା ୩୫୦୦କୁ ବଢିଲା

ଭୁବନେଶ୍ୱର,୨୫।୨: ସାଇକେଲ ଟଙ୍କା ୩୫୦୦କୁ ବଢିଲା|ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ । ଏନେଇ ଓଡ଼ିଶା ସରକାର ବଜେଟ୍‌ରେ ବ୍ୟୟ ବରାଦ କରିଛନ୍ତି । ସେହିପରି ସ୍କୁଲ୍ ୟୁନିଫର୍ମ ସାଙ୍ଗକୁ ଅନ୍ୟ ଅନୁସାଙ୍ଗିକ ସାମଗ୍ରୀ ପାଇଁ ସହାୟତା ରାଶି ପୁର୍ବରୁ ୬୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ୧ ହଜାର ଟଙ୍କା କରି ଦିଆଯାଇଛି । ଚଳିତ ବର୍ଷ ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ରାଜ୍ୟ ସରକାର ୧୨.୩ ପ୍ରତିଶତ ବ୍ୟୟବରାଦ ବୃଦ୍ଧି କରିଛନ୍ତି । ଏଥିରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପାଇଁ ୨,୫୨୮ କୋଟି, ଉଚ୍ଚଶିକ୍ଷା ପାଇଁ ୩,୧୭୩ କୋଟି ଏବଂ ଦକ୍ଷତା ବିକାଶ ପାଇଁ ୯୮୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଏହାବାଦ ଚଳିତ ବର୍ଷଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନାମରେ ଏକ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଜିଲ୍ଲା,ବ୍ଲକ, ବିଦ୍ୟାଳୟ, ଶିକ୍ଷକ ଆଦିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କର|ଯିବ । ସେହିପରି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ୮୧୧ କୋଟି, ଗଙ୍ଗାଧର ମେହେର ଶିକ୍ଷା ମାନକ କୃଷି ଯୋଜନାରେ ୧୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ପୁର୍ବରୁ ସାଇକେଲ ପାଇଁ ୨୬୦୦ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

 

Leave A Reply

Your email address will not be published.