Jai Odisha
News

ସାରା ରାଜ୍ୟରେ ଶୀତର ପ୍ରଭାବ, ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର,୨୧/୧୧ :   ସାରା ରାଜ୍ୟରେ ଶୀତର ପ୍ରଭାବ ବଢିବାର ଲାଗିଛି । ଫଳରେ ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୪ ସହର । ତେବେ ଆହୁରୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ଠାରୁ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଯେଉଁ କାରଣରୁ ଆଗକୁ ଓଡିଶାରେ ଶୀତର ପ୍ରକୋପ ବଢିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ବର୍ତ୍ତମାନ ରାଜ୍ୟରେ ୪ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ତେବେ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଥିବା ରେକର୍ଡ ହୋଇଛି । ଏହା ପରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୯.୫ ଡିଗ୍ରୀ, ଫୁଲବାଣୀରେ ୯.୬ ଡିଗ୍ରୀ, ଦାରିଙ୍ଗବାଡ଼ି, କୋରାପୁଟ ଓ କେନ୍ଦୁଝର ସହରରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଏତତ୍ ବ୍ୟତୀତ କଳାହାଣ୍ଡିରେ ୧୦.୬, ଝାରସୁଗୁଡ଼ା ଓ ଚିପିଲିମାରେ ୧୦.୮, ସୁନ୍ଦରଗଡ଼ ଓ ଦେବଗଡ଼ ସହରରେ ତାପମାତ୍ରା ୧୨.୫ ଡିଗ୍ରୀ ରହିଛି।

 

Leave A Reply

Your email address will not be published.