Jai Odisha
News

ସାଲିଆସାହିରେ ଦେଶୀ ମଦ ଭାଟି ଠାବ

ଭୁବନେଶ୍ୱର,୨୦/୦୯:  ଦେଶୀ ମଦ ରୋଷେଇ ବେଳେ ପୋଲିସର ଅଚାନକ ଚଢ଼ାଉ । ଭୁବନେଶ୍ୱର ସାଲିଆ ସାହି ବସ୍ତିରେ  ବଡ଼ ଧରଣର ରେଡ୍ । ଡିସିପିଙ୍କ ନେତୃତ୍ୱରେ ଏହି ରେଡ୍ ଚାଲିଛି । ପୂଜା ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଉଛି । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ସାଲିଆ ସାହିରେ ମଦ ହାଣ୍ଡି ଭାଙ୍ଗିଲା ପୋଲିସ । ଯେଉଁ ଘରେ ସବୁ ରୋଷେଇ ଚାଲିଥିଲା ସେହି ଘରେ ରେଡ୍ କରି ମଦ ହାଣ୍ଡି ଭାଙ୍ଗିଲା ପୋଲିସ । ଘର ଗୁଡିକରେ କାଠ ବୋଝେଇ ହୋଇ ରହିଛି । ବାରମ୍ବାର କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ବି ଦେଶୀ ମଦ ରୋଷେଇ ହେଉଛି । 50 ରୁ ଅଧିକ ଘରେ ଦେଶୀ ମଦ ରୋଷେଇ ଚାଲିଛି । ସେପଟେ ଯେଉଁ ଘରମାନଙ୍କରେ ଦେଶୀ ମଦ ରୋଷେଇ ହେଉଛି ତାହାର ଭିଡିଓ କରାଯାଇ ସେ ସବୁକୁ ର ଲିଷ୍ଟ କରାଯିବ ଏବଂ ସେଗୁଡିକୁ ବିଏମସିକୁ ପଠାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

 

Leave A Reply

Your email address will not be published.