Jai Odisha
News

ସିକ୍କିମରେ ସଡକ ଦୁର୍ଘଟଣା ,୧୬ ଭାରତୀୟ ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୨୩।୧୨: ଭାରତ-ଚାଇନା ସୀମା ଉତ୍ତର ସିକିମ ଜେମାଠାରେ ଶୁକ୍ରବାର ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ସିକ୍କିମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଭାରତୀୟ ସେନାର ଏକ ଟ୍ରକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ଘାଇକୁ ଖସିପଡିଛି। ଫଳରେ ୧୬ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିବା ଜଣାପଡିଛି। ଖବରପାଇ ଏକ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୪ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ମୃତକଙ୍କ ମଧ୍ୟରେ ତିନିଜଣ ଜୁନିୟର କମିସନ୍‌ଡ ଅଫିସର ଏବଂ ୧୩ ଜଣ ଯବାନ ଅଛନ୍ତି।ଏକ ଖାଇରେ ବସ୍‌  ଗଳି ପଡିବାରୁ ୧୬ ଆର୍ମି ଯବାନଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବକ, ସେନାକୁ ନେଇ ଯାଉଥିବା ସମୟରେ ଏହି ଗାଡି ଦୁର୍ଘଟଣା ଗ୍ରସ୍ଥ ହୋଇଛି । ଉତ୍ତର ସିକ୍କିମର ଜେମା ଠାରେ ଏହି ଦୁର୍ଘଟଣା ହୋଇଛି । ଯବାନମାନଙ୍କୁ ନେଇ ଯାଉଥିବା ସମୟରେ ଗାଡି ଗଭୀର ଏକ ଖାଇକୁ ଖସି ପଡିଥିଲା ।  ଏହି ଘଟଣାରେ ୧୬ ଯବାନ ମୃତ୍ୟବରଣ କରିଥିବାବେଳେ  ୪ଜଣ ଯବାନ ଗୁରୁତର ଥିବା ସୂଚନା । ଗୁରୁତର ମାନଙ୍କୁ ଆର୍ମି ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି ।

Leave A Reply

Your email address will not be published.