Jai Odisha
News

ସିଙ୍ଗଲ କି ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ଣ୍ଣାସ୍ ଗୁରୁତ୍ୱପୂର୍ଣ୍ଣ : ନବୀନ

ଭୁବନେଶ୍ୱର,୧୩ା୫: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ପରେ ବିରୋଧୀଙ୍କୁ କଡ଼ା ସମାଲୋନା କରିଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସିଙ୍ଗଲ କି ଡବଲ ଇଞ୍ଜିନ ନୁହେଁ, ଗୁଡ୍ ଗଭର୍ନାନ୍ସ ଗୁରୁତ୍ୱପୂର୍ଣ୍ଣ। ବିରୋଧୀଙ୍କୁ ଟାର୍ଗେଟ୍‌ କରି ଏକଥା କହିଛନ୍ତି ନବୀନ ପଟ୍ଟନାୟକ। ଶଙ୍ଖ ଭବନ ଯାଇ ଝାରସୁଗୁଡ଼ା ବିଜୟ ଉତ୍ସବରେ ସାମିଲ୍ ହୋଇଛନ୍ତି ନବୀନ। ବିରୋଧୀମାନେ ମହିଳାଙ୍କୁ ଅସମ୍ମାନ କରୁଥିବା କହିବା ସହ ଉଦାହରଣରେ ପଦ୍ମପୁର ଓ ଝାରସୁଗୁଡ଼ା କଥା କହିଛନ୍ତି। ଦଳୀୟ କର୍ମୀଙ୍କୁ ସମ୍ବୋଧନ ଅବସରରେ ନବୀନ କହିଛନ୍ତି ଯେ ‘ସିଙ୍ଗଲ କି ଡବଲ ଇଞ୍ଜନ ନୁହେଁ, ଗୁଡ୍ ଗଭର୍ନାନ୍ସ ଗୁରୁତ୍ବପୂର୍ଣ୍ଣ। ଉଭୟ ଉପନିର୍ବାଚନରେ ବିରୋଧୀମାନେ ମହିଳାଙ୍କୁ ଅସମ୍ମାନ କରିଥିଲେ। ବାପାଙ୍କୁ ହରାଇଥିବା ଦୁଇ ଝିଅଙ୍କୁ ବିରୋଧୀ ଅସମ୍ମାନ କରିଥିଲେ। ଇତିହାସ ଏହାର ସାକ୍ଷୀ, ରାଜ୍ୟବାସୀ ଏହାକୁ ବରଦାସ୍ତ କରିବେନି।’ ଭୁବନେଶ୍ୱର ଶଙ୍ଖ ଭବନରେ ସେ ଝାରସୁଗୁଡ଼ା ବିଜୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଲୋକଙ୍କ ଦୃଷ୍ଟିରେ ସରକାର ଗୁରୁତ୍ୱପୂର୍ଣ୍ଣ। ଗୁଡ୍ ଗଭର୍ଣ୍ଣାସ୍ ଓ ପ୍ରୋ ପିପୁଲ ଗଭର୍ଣ୍ଣାନ୍ସ ସଦାବେଳେ ଜିତେ। ଯେଉଁମାନେ ଓଡ଼ିଶାର ଲୋକଙ୍କୁ ଅସମ୍ମାନ କରିବେ ଓ ସେମାନଙ୍କୁ ଲ’ ଲେସ୍ କୁହାଯିବ। ସେମାନେ ଆମ ରାଜ୍ୟ ବିରୋଧରେ କାମ କରୁଛନ୍ତି ବୋଲି ବୁଝିବାକୁ ହେବ। ଯେଉଁମାନେ ଆମର ଭଉଣୀ, ମା’ ଓ ଝିଅମାନଙ୍କୁ ଅସମ୍ମାନ କରୁଛନ୍ତି, ସେମାନେ ଲୋକଙ୍କ ବିରୋଧରେ କାମ କରୁଛନ୍ତି। ସେମାନଙ୍କୁ ଓଡ଼ିଶାର ଲୋକେ କ୍ଷମା ଦେବେନି

Leave A Reply

Your email address will not be published.