Jai Odisha
News

ସିଟି ସ୍କାନରେ ବିଳମ୍ବ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ

ସମ୍ବଲପୁର,୨୦।୯: ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ । ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ମାଡ ମାରିଛନ୍ତି । ସିଟି ସ୍କାନରେ ବିଳମ୍ବ ହେବାରୁ ସମ୍ପୃକ୍ତ ବ୍ୟବସାୟୀ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହଠାତ ଉତ୍‌କ୍ଷିପ୍ତ ହୋଇ  ବ୍ୟବସାୟୀ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି। ଆଜି ନଟବର ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ପାଇଁ ଯାଇଥିଲେ । ସେହି ସମୟରେ ସ୍ବାସ୍ଥ୍ୟ ପରୀକ୍ଷାରେ ବିଳମ୍ବ ହେବାରୁ ସେଠାରେ ଥିବା ରେଡିଓଗ୍ରାଫର ଡକ୍ଟର ଚିଦାନନ୍ଦ ମିଶ୍ରଙ୍କୁ ଚପଲ ଉଠାଇ ମାଡ ମାରିବା ସହ ଅନ୍ୟ ମହିଳା କର୍ମଚାରୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ସିସିଟିଭିରେ ରେକର୍ଡ ହୋଇଛି । ସେପଟରେ ଏହି ଘଟଣାକୁ ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ନଟବର ବାଙ୍କାଙ୍କୁ ଅଟକ ରଖି ପଚରା ଉଚୁରା କରିଛି ।

Leave A Reply

Your email address will not be published.