Jai Odisha
News

ସୁଶାନ୍ତ କୁମାର ମହାନ୍ତି ନୂଆ ସୂଚନା କମିଶନର

ଭୁବନେଶ୍ୱର,୯।୨: ନୂଆ ସୂଚନା କମିଶନରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର | ସୁଶାନ୍ତ କୁମାର ମହାନ୍ତିଙ୍କୁ ରାଜ୍ୟ ସରକାର ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି | ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି |ସୁଶାନ୍ତ କୁମାର ମହାନ୍ତି ରାଜ୍ୟର ନୂଆ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅଧିକାର ଆକ୍ଟ ୨୦୨୫ର ସେକ୍ସନ ୧୫ର ସବ-ସେକ୍ସନ (୩) ଅଧିନରେ ସୁଶାନ୍ତଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।ନୂଆ ସୂଚନା କମିଶନରଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏକ କମିଟି ଗଠନ କରାଯାଇଥିଲା । ଏ ବାବଦରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଗତ ୨୦୦୫ ମସିହା ଅକ୍ଟୋବର ମାସରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୋଟିଫିକେସନ ନ. ୪୯୫/ ୨୦୦୫ରେ ଓଡ଼ିଶା ସୂଚନା କମିଶନ ଗଠନ କରାଯାଇଥିଲା । ପରେ ଉକ୍ତ ବର୍ଷ ନଭେମ୍ବର ମାସ ୨୦ ତାରିଖରେ କମିଶନ କାର୍ଯ୍ୟକ୍ଷମ ହୋଇଥିଲା ।

 

Leave A Reply

Your email address will not be published.