Jai Odisha
News

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ପ୍ରଭାବରେ ଆଜିଠୁ ଆରମ୍ଭ ବର୍ଷା

ଭୁବନେଶ୍ୱର,୧୮/୯ :ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୁତ ହେବାର ଲାଗିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି ।  ୧୯ ତାରିଖରୁ ଭୀଷଣ ବର୍ଷିବ । ୨୧ ଯାଏ ପ୍ରବଳ ବର୍ଷା ହେବ ।  ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) ଏହି ପୂର୍ବାନୁମାନ କରିଛି । ଘୂର୍ଣ୍ଣିବଳୟ ଫଳରେ ଦକ୍ଷିଣ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖାଦେଇଛି । ସେହିପରି ଖୋର୍ଦ୍ଧା , ପୁରୀ, ଗଞ୍ଜାମ, କଟକର କିଛି ସ୍ଥାନରେ ମଧ୍ୟ ବର୍ଷା ଜାରି ରହିଥିବା ସୂଚନା ମିଳିଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଚଳିତ ମାସ ୨୦ଓ୨୧ ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରୀ ରହିବ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୦ ତାରିଖ ସୁଦ୍ଧା ଏହା ଲଘୁଚାପ ରୂପ ନେବ । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ପୂରା ରାଜ୍ୟରେ ପ୍ରବଳ ବର୍ଷା ହେବ । ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।  ୧୯, ୨୦ ଓ ୨୧ ତିନି ଦିନ ରାଜ୍ୟରେ ଭୀଷଣ ବର୍ଷା ହେବ । ଏହି ୩ ଦିନ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୯ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏହାର ପ୍ରଭାବରେ ଆଜିଠାରୁ କିଛି ଜିଲ୍ଲାରେ ବର୍ଷା ହେବା ସହ ଆଗାମି ୨ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଉଛି । ତେବେ ଏହି ଘୂର୍ଣ୍ଣିବଳୟ ପ୍ରଭାବରୁ ସମୁଦ୍ର ଅଶାନ୍ତ ରହିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

 

Leave A Reply

Your email address will not be published.