Jai Odisha
News

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ବଳଦେବଜୀଉଙ୍କ ଭଜନ ଆଲ୍‌ବମ୍ “ଶିଳାବ୍ରହ୍ମ”ଉନ୍ମୋଚିତ

ଭୁବନେଶ୍ୱର, ୧୧/୦୮: କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରାଧିଶ ଶ୍ରୀ ବଳଦେବଜୀଉଙ୍କ ଉପରେ ଆଧାରିତ ଭାବପୂର୍ଣ୍ଣ ପ୍ରଥମ ଭଜନ ଆଲ୍‌ବମ୍“ଶିଳାବ୍ରହ୍ମ”  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ସୋଆ ଅଧିନସ୍ଥ ‘ପ୍ରାଚୀନ’ ଆନୁକୂଲ୍ୟରେ ପ୍ରସ୍ତୁତ ଏହି ଭଜନ ଆଲ୍‌ବମ୍‌ର ଗୀତ ରଚନା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କରିଥିବା ବେଳେ ସଂଗୀତ ସଂଯୋଜନା କରିଛନ୍ତି କେନ୍ଦ୍ରାପଡ଼ା ବାରୁଅ ସ୍ଥିତ ଭାବଗ୍ରାହୀ କଳାନିକେତନର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡା । କଣ୍ଠଦାନ କରିଛନ୍ତି   କଣ୍ଠଶିଳ୍ପୀ ସୌରଭ ନାୟକ, କରୁଣାକର, ସୋହିନୀ ମିଶ୍ର ଏବଂ ଅନ୍ତରା ଚକ୍ରବର୍ତ୍ତି । ଗୁରୁବାର ସୋଆ ମୁଖ୍ୟ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉନ୍ମୋଚନ ଅବସରରେ ପ୍ରଫେସର ନାୟକ ଶିକ୍ଷା ଓ ଅନୁସନ୍ଧାନ ନାମର ମହତ୍ବ ସମ୍ପର୍କରେ ମତ ରଖିଥିଲେ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ସଂସ୍କୃତି ଏବଂ ଐତିହ୍ୟ କ୍ଷେତ୍ରକୁ ନେଇ ମଧ୍ୟ ଗବେଷଣା ଆରମ୍ଭ କରିଛି ଏବଂ ଏଥି ନିମନ୍ତେ ‘ପ୍ରାଚୀନ’ ବିଭାଗ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛନ୍ତି ।

 

 

Leave A Reply

Your email address will not be published.