Jai Odisha
News

ସୋସିଆଲ ମିଡିଆରେ ପାଟି ଖୋଲିବେନି ଅନୁଭବ-ବର୍ଷା : ହାଇକୋର୍ଟଙ୍କ ତାଗିଦ୍

କଟକ,୨୭/୫ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆରେ  କିଛି ଦିନ ମଧ୍ୟରେ  ବାରମ୍ବାର ନିଜର ପାରିବାରିକ ବିବାଦକୁ ନେଇ ମତାମତ ରଖୁଛନ୍ତି। ତେବେ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ଅନୁଭବ ଓ ବର୍ଷା ପାରିବାରିକ ବିବାଦ ଉପରେ ହାଇକୋର୍ଟଙ୍କ କଡ଼ା ତାଗିଦ୍ । ପରସ୍ପରକୁ ସୋସିଆଲ ମିଡିଆରେ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ  । ଆଜି ବର୍ଷାଙ୍କ ଆବେଦନର ଶୁଣାଣି କରି ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସୋସିଆଲ ମିଡିଆରେ ତାଙ୍କ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇ ଥିଲେ ବର୍ଷା । ଜୁଲାଇ ୪ ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.