Jai Odisha
News

ସ୍କୁଲରେ ଅନୁପସ୍ଥିତ,୨୪ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କଲେ ଜିଲ୍ଲାପାଳ

ନବରଙ୍ଗପରୁ,୬।୧: ବେନିୟମ ଭାବରେ ବର୍ଷ ବର୍ଷ ଧରି ବିନା ଛୁଟିରେ ବିଦ୍ୟାଳୟରେ ଅନୁପସ୍ଥିତି କିଛି ଶିକ୍ଷକମାନଙ୍କୁ ମହଙ୍ଗା ପଡିଛି । ଫଳରେ ନବରଙ୍ଗପୁର ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି । ତେବେ ୨୦୧୦ ମସିହାରୁ ୨୦୨୨ ମସିହା ମଧ୍ୟରେ ଅନୁପସ୍ଥିତ ଥିବା ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଛି ।ଜିଲ୍ଲା ଶିକ୍ଷାଧିକାରୀଙ୍କ ସୁପାରିଶକ୍ରମେ ଜିଲ୍ଲାପାଳ ସେମାନଙ୍କୁ କାର୍ଯ୍ୟାନ୍ତର କରିଛନ୍ତି । ବିନା ଛୁଟିରେ ବର୍ଷ ବର୍ଷ ଧରି ଅନୁପସ୍ଥିତ ଥିବାରୁ ସମ୍ପୃୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥିଲା । ତଦନ୍ତ ପରେ ଜିଲ୍ଲାରେ ୩୧ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ଜଣାପଡିଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଅନୁପସ୍ଥିତର କାରଣ ଦର୍ଶାଇଥିବା ବେଳେ ୨୪ ଶିକ୍ଷକ କୌଣସି ଯବାବ ଦେଇନଥିଲେ । କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି ହେବା ପୂର୍ବରୁ ଜଣେ ଶିକ୍ଷକ ଚାକିରି ଛାଡି ଦେଇଥିବା ଜଣାପଡିଛି ତେବେ ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର କିଛି ବିଦ୍ୟାଳୟରେ ୩୦ ଜଣ ଶିକ୍ଷକ ୨୦୧୦ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବିଦ୍ୟାଳରେ ଅନୁପସ୍ଥିତ ଥିଲେ । ଫଳରେ ସେମାନଙ୍କୁ ସୋ କଜ୍ ମଗାଯାଇଥିଲା ।ସେମାନଙ୍କ ମଧ୍ୟରୁ ୬ ଜଣ ଶିକ୍ଷକ ସୋ କଜ୍ ନୋଟିସ୍ ଦେଇଥିବା ବେଳେ ଅନୟ ୨୪ ଜଣ ଶିକ୍ଷକ ଏହା ଉତ୍ତର ଦେଇ ନଥିଲେ । ଫଳରେ ସେମାନଙ୍କ ଉପରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ତେବେ ନବରଙ୍ଗ ପୁର ଜିଲ୍ଲାର ରାଇଘରରୁ ସର୍ବାଧିକ ୭ ଜଣ ଶିକ୍ଷକଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଲମ୍ବା ଛୁଟିରେ ଥିବା ଶିକ୍ଷକମାନଙ୍କର ତାଲିକା ମଗାଯାଇଥିଲା । ସେହି ତାଲିକା ଜିଲ୍ଲାପାଳଙ୍କର ହସ୍ତଗତ ହେବାପରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ୭ ଦିନ ମଧ୍ୟରେ ଲମ୍ବାଛୁଟିର କାରଣ ସମ୍ପର୍କରେ ଉତ୍ତର ଦେବା ପାଇଁ ନୋଟିସ୍‍ ଜାରି କରାଯାଇଥିଲା । ଏହାପରେ କିଛି ଶିକ୍ଷକ ସେମାନଙ୍କର ଉତ୍ତର ରଖିଥିଲେ। ତେବେ ୭ ଦିନ ବିତିଯାଇଥିଲେ ମଧ୍ୟ ୨୪ ଜଣ ଶିକ୍ଷକ କୌଣସି ଉତ୍ତର ରଖି ନ ଥିଲେ। ଏ ନେଇ   ୬ ଜାନୁଆରୀ ୨୦୨୩ରେ,୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।

Leave A Reply

Your email address will not be published.