Jai Odisha
News

ସ୍କୁଲ ଖୋଲିବା ନେଇ ନିଷ୍ପତି ନେବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,  ୦୨/୦୨: ସ୍କୁଲ ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ଆଜି ଏହାର ଶୁଣାଣି କରିଛନ୍ତି ହାଇକୋର୍ଟ।   ୨ମାସ ମଧ୍ୟରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବା ସହ ହାଇକୋର୍ଟଙ୍କୁ ଜଣାଇବେ ରାଜ୍ୟ ସରକାର। ରାଜ୍ୟରେ ଏବେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି । ପୂର୍ବ ଦୁଇ ଲହର ଭଳି ତୃତୀୟ ଲହରରେ ମଧ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ମାତ୍ର ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଦୈନିକ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ କୋଭିଡ୍ କଟକଣା ମଧ୍ୟରେ ସ୍କୁଲ ଖୋଲିବା ପାଇଁ ବିଭିନ୍ନ ଅବିଭାବକ ସଂଘ ଓ ସ୍କୁଲ କର୍ତ୍ତୁପକ୍ଷ ଦାବି ଜଣାଇଥିଲେ । ଏହାକୁ ନେଇ ହାଇକୋର୍ଟରେ ମାମଲା ମଧ୍ୟ ଦାୟର କରାଯାଇଥିଲା । ଯାହାର ଆଜି ଶୁଣାଣୀ କରିଛନ୍ତି ମାନ୍ୟବର କୋର୍ଟ । କରୋନା କଟକଣା ନାଁରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା କେହି ଚିନ୍ତା କରୁ ନାହାନ୍ତି। ଦୁଇ ବର୍ଷ ହେବ କରୋନା ସଂକ୍ରମଣସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବିଭିନ୍ନ ସମୟରେ ବନ୍ଦ ରଖାଯାଉଛି। ସ୍କୁଲ ବନ୍ଦ ରହୁଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢାରୁ ଏକ ପ୍ରକାର ଦୂରେଇ ଯାଇଛନ୍ତି। ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ‌ଚାଲି ଯାଉଛି। ଏଭଳି ସ୍ଥିତିରେ ତୁରନ୍ତ କରୋନା କଟକଣା ଭିତରେ ସ୍କୁଲ ଖୋଲାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିରେ ମଧ୍ୟ କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲା ଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

 

Leave A Reply

Your email address will not be published.