Jai Odisha
News

ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ଆୟୁଷ ଡ଼ାକ୍ତର

ଭୁବନେଶ୍ୱର ,୨୭/ ୧୦: ସ୍ଥାୟୀ ନିଯୁକ୍ତି ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ଆୟୁଷ ଡ଼ାକ୍ତର ଆୟୁଷ ଡ଼ାକ୍ତରଙ୍କ ଚାକିରୀ ସ୍ଥାୟୀକରଣ ପାଇଁ ଅଲ୍‌ ଓଡ଼ିଶା ଆୟୁଷ ଡ଼କ୍ଟର ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ନିକଟ ଅତୀତରେ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିରେ ପାଖାପାଖି ୫୭ ହଜାର ଠିକା କର୍ମଚାରୀ ଉପକୃତ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ରେଗୁଲାର ହେଇପାରିଲୁ ନାହିଁ । ୨୦୦୭ ମସିହାରୁ ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୧୪୮୫ ଜଣ ଆୟୁଷ ଡାକ୍ତର ନିଯୁକ୍ତି ପାଇଥିଲୁ । ୨୦୧୧ ମସିହାରେ କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୋସାଇଟି ଦ୍ଵାରା  ୨୦୧୪ ମସିହାରେ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା । ଯେଉଁଥିରେ କି ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ  ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା  ଆୟୁଷ ଡ଼ାକ୍ତରଙ୍କୁ ନିୟମିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ୮ ବର୍ଷ ହେବ ହେଇଗଲା କୌଣସି ଫଳ ମିଳିଲା ନାହିଁ । ଦୀର୍ଘ ୧୫ ବର୍ଷ ସ୍ଵଳ୍ପବେତନରେ ଠିକା ରେ ନିଯୁକ୍ତି ପାଇ ଆମେ କାମ କରି ଆସୁଛୁ । ଯେଉଁପରି ଭାବରେ ୫୭ ହଜାର ଠିକା କର୍ମଚାରୀ ଉପକୃତ ହେଲେ ଆମକୁ ମଧ୍ୟ ରେଗୁଲାର କରିବା ପାଇଁ ଆମେ ଦାବି କରୁଛୁ ।  ଯଦି ସରକାର ଆମ କଥା ନ ଶୁଣନ୍ତି ତେବେ ଆସନ୍ତା ମାସ ୪ ତାରିଖ ଦିନ ୧୪୮୫ ଜଣ ଆୟୁଷ ଡ଼ାକ୍ତର ରାଜରାସ୍ତାକୁ ଓହ୍ଲାଇବେ|

Leave A Reply

Your email address will not be published.