Jai Odisha
News

ସ୍ନେକ ହେଲ୍ପ ଦ୍ଵାରା ମାଛ ଜାଲରୁ ଉଦ୍ଧାର ହେଲା ଅଜଗର

ବ୍ରହ୍ମପୁର-୧୨/୧୧ : ମାଛ ଜାଲରେ ପଡି ଛଟପଟ ହେଉଥିବା ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ । ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ନିକଟରେ ଥିବା ଡିପ୍ ସନ୍ ହେଚେରୀ ପରିସରରେ ଏକ ଜାଲରେ ଅଜଗର ସାପଟି ବିଳମ୍ବିତ ରାତିରୁ ଛନ୍ଦି ହୋଇ ପଡ଼ିଥିଲା । ଦୀର୍ଘ ସମୟ ଧରି ସାପଟି ଜାଲ ମଧ୍ୟରୁ ବାହାରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରୁ ବାହାରି ପାରୁ ନଥିଲା । ଶେଷରେ ହେଚେରୀ ମ୍ୟାନେଜର ସ୍ନେକ୍ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ଏହାପରେ ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଏବଂ ଶ୍ରୀକାନ୍ତ ନାହାକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ଏହାର ମୁଣ୍ଡ ଛୋଟ ଏବଂ ଦେହ ବଡ଼ ହୋଇଥାଏ । ଯାହାଦ୍ୱାରା ପ୍ରଥମେ ଖାଦ୍ୟ ଲୋଭରେ ସେ ଜାଲରେ ଫସି ଯାଇଥିବା କହିଛନ୍ତି । ସାପଟିର ଲମ୍ବ ୪ ଫୁଟ ହୋଇଥିବା ବେଳେ ଏହାକୁ ବନବିଭାଗର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ କହିଛନ୍ତି ।

Leave A Reply

Your email address will not be published.