Jai Odisha
News

ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରଛାତ୍ରୀ : ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ଵର, ୧୦/୦୮ : ସ୍ଵାଧିନତା ଦିବସ ପାଳନକୁ ନେଇ ବଦଳିଲା ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ   ସାମିଲ ହେବେ ଛାତ୍ରଛାତ୍ରୀ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।    ଏହା ସହିତ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। କୋଭିଡ୍‌-୧୯  ଏଥର ମଧ୍ୟ ସରକାର ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ କଟକଣା ଲଗ| ଥିଲେ । ବିନା ପରେଡ୍‌ରେ ଜାତୀୟ ପତାକା ଉତ୍ତୋଳନ ହେବ ଏବଂ ସାଧାରଣ ଲୋକେ ଉତ୍ସବ ଉପଭୋଗ କରିପାରିବେନି ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ତେବେ ସରକାର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିଛନ୍ତି।

Leave A Reply

Your email address will not be published.