Jai Odisha
News

ସ୍ବାଧୀନତା ଦିବସ ଅବସରରେ କବିତା ପାଠ କରିବେ ୨୫୦୦କବି : ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ବର,୧୫/୮: ଭାରତ ଆଜି ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ବାଧୀନତା ଦିବସ ଅବସରରେ କବିତା ପାଠ କରିବେ ୨୫୦୦କବି ।ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ  କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ଅପରାହ୍ଣ ୩ଟାରେ ୨୫ଟି ଜିଲାର ୧୨୫ଟି ସ୍ଥାନରେ ୨୫୦ ସ୍ଥାନୀୟ ଆୟୋଜକ ଓ ସଂଯୋଜକଙ୍କ ସହଯୋଗରେ ୨୫୦୦କବି ଦେଶାତ୍ମବୋଧକ କବିତା ପାଠ କରିବେ। ପ୍ରତ୍ୟେକ ସ୍ଥାନରେ ସ୍ଥାନୀୟ ସାହିତ୍ୟିକ ଅତିଥି ବା ବକ୍ତାଭାବେ ଯୋଗଦେବେ। କାର୍ଯ୍ୟକ୍ରମକୁ ଏକାଡେମୀର ଜିଲା ପ୍ରତିନିଧି ଓ ସଦସ୍ୟ/ସଦସ୍ୟା ପରିଚାଳନା କରିବେ। ସମସ୍ତ କାର୍ଯ୍ୟକ୍ରମର ଭିଡିଓ ରେକର୍ଡ କରାଯିବ, ଯାହାକୁ ଲିମ୍‌କା ବୁକ୍‌ ଅଫ ରେକର୍ଡ ଓ ଗିନିଜ ବୁକ୍‌ ଅଫ ରେକର୍ଡରେ ସ୍ଥାନିତ କରିବାକୁ କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ଅନୁଗୋଳ, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ପାଳନ କରାଯିବ ବୋଲି ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ ସୂଚନା ଦେଇଛନ୍ତି।

Leave A Reply

Your email address will not be published.