Jai Odisha
News

ସ୍ୱାଧୀନତା ଦିବସରେ ରାଜ୍ୟରେ ହେବନି ରାଜ୍ୟସ୍ତରୀୟ ପରେଡ

ଭୁବନେଶ୍ଵର, ୦୯/୦୮ : କୋଭିଡ କଟକଣା ମଧ୍ୟରେ ପାଳନ ହେବ ସ୍ଵାଧୀନତା ଦିବସ। ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ସ୍ଵାଧୀନତା ଦିବସରେ ଏଥର ହେବନି ରାଜ୍ୟସ୍ତରୀୟ ପରେଡ।   ପ୍ରଦର୍ଶନୀ ପଡ଼ିଆରେ ପତାକା ଉତ୍ତୋଳନ ହେବ। କୌଣସି ଜନସମାଗମ ହେବ ନାହିଁ, କି କୌଣସି ସ୍କୁଲ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ମଧ୍ୟ ଦେଖିବାକୁ ମିଳିବନି ଆକର୍ଷଣୀୟ ପରେଡ୍‌। କୌଣସି ସ୍କୁଲ୍‌-କଲେଜର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସବୀ ସଙ୍ଗଠନ ଭାଗ ନେଇ ପାରିବେ ନାହିଁ । ଯେତେ କମ୍‌ ସଂଖ୍ୟକ ପୁଲିସ୍‌ କର୍ମଚାରୀଙ୍କୁ ନେଇ ପତାକା ଉତ୍ତୋଳନ କରାଯିବ ସେଥିପ୍ରତି ଧ୍ୟାନ ଦିଆଯିବ। ଖାଲି ଭୁବନେଶ୍ୱରରେ ନୁହେଁ ସାରା ରାଜ୍ୟରେ ନିରାଡ଼ମ୍ବର ଭାବରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.