Jai Odisha
News

ସ୍ୱାଧୀନତା ଦିବସ ପାଳନବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ

ଗଞ୍ଜାମ, ୧୫।୮:  ସ୍ୱାଧୀନତା ଦିବସ ପାଳନବେଳେ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ । ପ୍ରଦୀପଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ ଠେଲାପେଲା କରିଥିଲେ ବିଜେଡି କର୍ମୀ । ନିଜ ନିର୍ବାଚନ ମଣ୍ଡଳୀ ଗୋପାଳପୁର ଗସ୍ତକୁ ଯାଇଥିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଗୋପାଳପୁର କମଳାପୁର ଗାଁରେ ପ୍ରଦୀପ ପାଣିଗ୍ରାହୀ ଆଜି ପତାକା ଉତ୍ତୋଳନ କରିବାକୁ ଯାଇଥିଲେ ।ହେଲେ ଏହି ସମୟରେ କିଛି ବିଜେଡି କର୍ମୀ ସେଠି ପହଞ୍ଚି ପ୍ରଦୀପଙ୍କୁ ବିରୋଧ କରିଥିଲେ । ଖୋଲାଖୋଲି ଭାବେ ମୁର୍ଦ୍ଦାବାଦ୍ ନାରା ଦେବା ସହ ହୋହଲ୍ଲା କରିଥିଲେ । ଏପରିକି ପ୍ରଦୀପଙ୍କୁ ଠେଲାପେଲା ମଧ୍ୟ କରାଯାଇଥିବା ସୂଚନା ମିଳିଛି ।ବିଜେଡି କର୍ମୀ ପ୍ରଦୀପ ପାଣିଗ୍ରାହୀଙ୍କୁ କଳା ପତାକା ପ୍ରଦର୍ଶନ କରି ବିରୋଧ କରିବା ସହ ଧସ୍ତାଧସ୍ତି କରିଥିଲେ । ତେବେ ଧସ୍ତାଧସ୍ତି ସତ୍ତ୍ୱେ ପ୍ରଦୀପ ପାଣିଗ୍ରାହୀ କମଳାପୁର ଗାଁ ରେ ପହଞ୍ଚି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

Leave A Reply

Your email address will not be published.