Jai Odisha
News

ସ୍ୱାମୀ ବିବେକାନନ୍ଦ ଜୟନ୍ତୀରେ ରକ୍ତଦାନ ଶିବିର, ୬୦ୟୁନିଟ୍ ସଂଗୃହିତ

ରାଜକନିକା,୧୨/୧:ସ୍ୱାମୀ ବିବେକାନନ୍ଦ ଜୟନ୍ତୀରେ ରାଇଜିଙ୍ଗ ଷ୍ଟାର ଯୁବକ ସଂଘ, ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଗୁରୁବାର ଦିନ ଏକ ରକ୍ତଦାନ ଶିବିର ରାଇଜିଙ୍ଗ ଷ୍ଟାର ଯୁବକ ସଂଘ ପରିସର କଳିକାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । କ୍ଳବର ସଭାପତି ବଳରାମ ବେହେରାଙ୍କ ସଭାପତିତ୍ୱ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ପଟ୍ଟାମୁଣ୍ଡାଇ ଏସ୍‌ଡ଼ିପିଓ ସନ୍ଧ୍ୟାରାଣୀ ବେହୁରିଆ ଯୋଗଦେଇ  ଉଦ୍‌ଘାଟନ କରିଥିଲେ। ରକ୍ତଦାନ ଭଳି ଏକ ଜୀବନ ଦାନ ଜୀବନରେ ସବୁଠାରୁ ବଡ଼ ଦାନ । ଏହି ରକ୍ତଦାନ ଦ୍ୱାରା ମଣିଷର ଜୀବନ ବଂଚିଥାଏ । ସମୟ ସମୟରେ ରକ୍ତ ଅଭାବରୁ ଜୀବନ ଅକାଳରେ ଚାଲିଯାଇଥାଏ । ହେଲେ ଆମର ଟୋପାଏ ରକ୍ତ ଅନେକଙ୍କ ମୁହଁରେ ହସ୍ ଫୁଟାଇଥାଏ । ତେଣୁ ସମସ୍ତେ ଶପଥନେବା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ପୂର୍ଣ୍ଣ୍ୟ ଅର୍ଜନ କରିବା ବୋଲି ଶ୍ରୀମତୀ ବେହୁରିଆ କହିଥିଲେ । ସମ୍ମାନିତ ଅତିଥିଭାବେ ରାଜକନିକା ଥାନା ଅଧିକାରୀ ବିଲ୍ୱମଙ୍ଗଳ ସେଠୀ  ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରାଇଜିଙ୍ଗ ଷ୍ଟାର ଯୁବକ ସଙ୍ଘର ସମ୍ପାଦକ ଦିଗମ୍ବର ବିଶ୍ୱାଳ ଏବଂ ଆମ ଓଡ଼ିଶା  ସଂଯୋଜକ ପ୍ରବୀଣ କୁମାର ବଳଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ବିଧାୟକଙ୍କ ପ୍ରତିନିଧି ବିକାଶ ଦାସ, ପଞ୍ଚାୟତ ସମିତି ଉପାଧକ୍ଷ ତନ୍ମୟ ରଞ୍ଜନ ଦାସ, ସାଂସଦଙ୍କ ପ୍ରତିନିଧି ପବିତ୍ର ରାଉତ, ଚିନ୍ମୟ ଦାସ, ପଞ୍ଚାୟତ ସମିତି ଅଧକ୍ଷାଙ୍କ ପ୍ରତିନିଧି ପ୍ରଦୀପ୍ତ ରାଉତ, କଣ୍ଟପଡାପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହୃଷିକେଶ ବେହେରା, ପ୍ରାକ୍ତନ ସମିତି ସଭ୍ୟ ଭରତ ମହାପାତ୍ର, ନିରଞ୍ଜନ ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଜାମ୍ବର ତରାଇ, ପ୍ରଧାନ ଶିକ୍ଷକ କଳ୍ପତରୁ ବିଶ୍ୱାଳ,ସାମ୍ବାଦିକ ଶୁଭ୍ରାଂଶୁ ସୂତାର, ଦେବଜ୍ୟୋତି ଜେନା , ସଞ୍ଜୟ ଦାସ, ଅଜୟ ରାଉତ, କମଳ ଲୋଚନ ଗିରି,  ପିଣ୍ଟୁ ସାମଲ, ମାନସ ନାୟକ, କାଳନ୍ଦୀ ଜେନା, ସୁବ୍ରତ ପରିଡା, ନଟବର ରାଉତ, ହିତେଶ ମହାପତ୍ର, ସମ୍ବିତ ବିଶ୍ୱାଳ, ଲୋଟ୍ଟୋ ସୂତାର, ବସନ୍ତ ନାୟକ, ଅବିନାଶ ପରିଡା, ମାନସ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏହା ସହିତ କେନ୍ଦ୍ରାପଡ଼ା ରକ୍ତ ଭଣ୍ଡାରରୁ ଆସିଥିବା ଟେକ୍‌ନିସିଆନ୍ ରାକେଶ କୁମାର ମିଶ୍ର, ଉମାକାନ୍ତ ନାୟକ, ମନୋଜ କୁମାର ଦାସ, ରାଜୀବ ଲେଙ୍କା ଏବଂ ସୋମ୍ୟ ରଞ୍ଜନ ସାହୁ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।।ରକ୍ତଦାତା ପ୍ରତିକ ଆସିତୋଷ ସାମଲ,, ଅଭିଷେକ ପ୍ରଧାନ, ରାଧାକାନ୍ତ ପରିଡା, ଅରୁଣ ବେହେରା, ସୌମ୍ୟରଞ୍ଜ ନାୟକ, ଶିବପ୍ରସାଦ ମହାନ୍ତି, ଜ୍ଞାନେନ୍ଦ୍ର ମଲ୍ଲିକ, ତନ୍ମୟ ରଞ୍ଜନ ଦାସ, ମନୋଜ କୁମାର ନାୟକ, ମହେନ୍ଦ୍ର ମାଉନ୍ତ, ଆଶ୍ରୀକାନ୍ତ ପରିଡା, ପ୍ରଶ୍ନଜିତ ତରାଇ, ରଶ୍ମିରଂଜନ ମହାନ୍ତି, ବଳରାମ ବେହେରା, ରାଜେଶ କୁମାର ଓଝା, ଭାଗ୍ୟଧର ନାୟକ, ସୁନୀଲ ବେହେରା, ରଶ୍ମିତା ନାୟକ, ନିରାକାର ଦାସ, ହିମାଂଶୁ ମଲ୍ଲିକ, ରାଜେନ୍ଦ୍ର ସାହୁ, ଗଣେଶ ବେହେରା, ପ୍ରଦୀପ କୁମାର ଦାସ, ପ୍ରୀତିରେଖା ନାୟକ, ଦିପୁନା ମାଝୀ, ରାଜେଶ ଓଝା, ରବିନାରାୟଣ ତରାଇ, ଦେବାଶିଷ ନାୟକ, ସୁରାଜିତ ପରିଡା, ଜ୍ଞାନରଞ୍ଜନ ତରାଇ, ଅମର ବାରିକ, ସତ୍ୟକାନ୍ତ ରାଉତ, ବିମଳ କୁମାର ବିଶ୍ୱାଳ, ସୁଶାନ୍ତ କୁମାର ବେହେରା, ହିମାଂଶୁ ଶେଖର ସାମଲ, ପ୍ରଭାତ କୁମାର ତରାଇ, ବିଶ୍ୱରଂଜନ ଦାସ, ରତିକାନ୍ତ ନାୟକ, ରଞ୍ଜନ କୁମାର ପାଣିଗ୍ରାହୀ, ନିର ଞ୍ଜନ ନାୟକ, ରଜତ କୁମାର ନାୟକ, ଶଶିକାନ୍ତ ବେହୁରା, ମାନସ କୁମାର ନାୟକ, ସଂଗ୍ରାମ କୁମାର ବେହେରା, ଅନୁସୟା ବେହେରା, ଦିଗମ୍ବର ବିଶ୍ୱାଳ, ମୋନାଲିସା ବିଶ୍ୱାଳ, ସୁଲଗ୍ନା ବିଶ୍ୱାଳ, ଜନ୍ମଜୟ ମାଉନ୍ତ, ମନୋଜ କୁମାର ନାୟକ, ପରେଶ ରଞ୍ଜନ ବିଶ୍ୱାଳ, ସୁନିତା ନାୟକ, ସୁବାସ ମଲିକ, ଅଭିଳାଷ ତରାଇ, ସଂଗ୍ରାମ କେଶ୍ବରୀ ନାୟକ, କମଲ କୁମାର ସାମଲ, ତ୍ରିଲୋଚନ ବିଶ୍ୱାଳ l

Leave A Reply

Your email address will not be published.