Jai Odisha
News

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ

ଝାରସୁଗୁଡା,୨୯।୧: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ଘଟଣା   ଆସିଛି । ଆଜି ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଏହି ଗୁଳିମାଡ଼ ହୋଇଛି। ତାଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ଆଉ କେହି ନୁହନ୍ତି ବରଂ ପୋଲିସ କର୍ମୀ କରିଥିବା ଏସଡିପିଓ ସୂଚନା ଦେଇଛନ୍ତି । ୫ ରାଉଣ୍ଡ ଗୁଳି ଚଳାଇବା ପରେ ମନ୍ତ୍ରୀଙ୍କ ଦେହରେ ଗୋଡିଏ ଗୁଳି ବାଜିଥିଲା । ପୋଲିସ କର୍ମୀ ଗୋପାଳ ଦାସ ଏହି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି। ଏହା ପରେ ମନ୍ତ୍ରୀଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହା ପରେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ କିମ୍ବା ଷଡ଼ଯନ୍ତ୍ର ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । କାର୍ଯ୍ୟକ୍ରମକୁ ଯିବା ବେଳେ ଏହି ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗାନ୍ଧୀଛକ ନିକଟରେ ଏହି ଦୁବୁର୍ତ୍ତ ଗୁଳିମାଡ କରିଥିବା ସୂଚନା ମିଳିଛି । ଗାନ୍ଧୀଛକ ଫାଣ୍ଡିରେ ଗୋପାଳ ଦାସ କାର୍ଯ୍ୟ କରନ୍ତି । ତେବେ କେଉଁ କାରଣରୁ ସେ ଏହି ଭଳି ଘଟଣା ଘଟାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡି ନାହିଁ ।

Leave A Reply

Your email address will not be published.