Jai Odisha
News

ହଷ୍ଟେଲର ତିନି ମହଲା ଛାତ ଉପରୁ ଡେଇଁ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର, ୨୬/୦୧ : ହଷ୍ଟେଲର ତିନି ମହଲା ଛାତ ଉପରୁ ଡେଇଁ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ|ବୁର୍ଲା ଭିମସାରରେ ଜଣେ ଏମବିବିଏସ୍ ଦ୍ଵିତୀୟ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ଆଇସିୟୁରେ ଭର୍ତ୍ତି । ଛାତ୍ରୀ ଜଣକ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ସେ ବୁର୍ଲା ଭିମସାରରେ ଡାକ୍ତରୀ ପାଠ ପଢୁଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଏମବିବିଏସ୍ ଦ୍ଵିତୀୟ ବର୍ଷର ଛାତ୍ରୀ ହଷ୍ଟେଲର ତିନିମହଲା ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣକ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ସେ ବୁର୍ଲା ଭିମସାରରେ ଡାକ୍ତରୀ ପାଠ ପଢୁଥିଲେ। ତିନି ମହଲା ଉପରୁ ପଡ଼ିବା ପରେ ଛାତ୍ରୀଙ୍କର ଗୋଡ ଦୁଇଟି ଭାଙ୍ଗିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆହତ ଲାଗିଥିବା ଜଣାପଡିଛି ।

Leave A Reply

Your email address will not be published.