Jai Odisha
News

ହାଇସ୍କୁଲରେ ୬୦୨୫ଟି ନୂଆ LTR ଶିକ୍ଷକଙ୍କୁ ନିଯୁକ୍ତି :ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର,୧୪ା୨ :ରାଜ୍ୟର ବିଭିନ୍ନ ହାଇସ୍କୁଲରେ ଆଉ ୬୦୨୫ଟି ନୂଆ ଶିକ୍ଷକଙ୍କୁ ନିଯୁକ୍ତି ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ହାଇସ୍କୁଲଗୁଡ଼ିକରେ ମୋଟ ୪୦,୧୬୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ଏହି ପଦବୀର ୧୫ ପ୍ରତିଶତ ଅର୍ଥାତ ୬୦୨୫ଟି ବିଭିନ୍ନ ସବଜେକ୍ସଟର ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ଲିଭ୍, ଟ୍ରେନିଂ, ରିଜର୍ଭ (ଏଲଟିଆର) ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ହୋଇଛି । ଶିକ୍ଷକମାନେ ଛୁଟି, ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟଗତ କାରଣରୁ ଛୁଟିରେ ରହିଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୬୦୨୫ଟି ଏଲଟିଆର ଶିକ୍ଷକ ପଦବୀ ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି ।ହାଇସ୍କୁଲଗୁଡ଼ିକରେ ଶିକ୍ଷକମାନେ ଛୁଟି, ଟ୍ରେନିଂ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିଲେ ଛାତ୍ରୀଛାତ୍ରମାନେ ସମ୍ପୃକ୍ତ ବିଷୟରେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ ହାଇସ୍କୁଲଗୁଡ଼ିକରେ ପୂର୍ବ ଅନୁମୋଦନଠାରୁ ଆଉ ୧୫ ପ୍ରତିଶତ ଅଧିକ ଶିକ୍ଷକ (ଲିଭ୍‌, ଟ୍ରେନିଂ ରିଜର୍ଭ ବା ଏଲ୍‌ଟିଆର୍‌) ପଦବୀ ପୂରଣ କରିବେ। ହାଇସ୍କୁଲଗୁଡ଼ିକରେ ଏବେ ୪୦,୧୬୬ ଶିକ୍ଷକ ପଦବୀ ରହିଛି। ଏହାର ୧୫ ପ୍ରତିଶତ ହିସାବରେ ୬ ହଜାର ୨୫ ପଦବୀ ସୃଷ୍ଟି କରାଯିବ। ତାହା ବିଭିନ୍ନ ସମୟରେ ଖାଲି ପଡ଼ୁଥିବା ଶିକ୍ଷକ ପଦବୀ ପୂରଣ କରିବାରେ ସହାୟକ ହେବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହ ପ୍ରସ୍ତାବକୁ ଲୋକସେବା ଭବନରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଜଳଯୋଗାଣ ପାଇଁ ଏକ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ତୃତୀୟ ଲିଙ୍ଗ ସନ୍ତାନଙ୍କୁ ପରିବାର ପେନସନ୍ ମିଳିବ । ସମ୍ବଲପୁରରେ ତ୍ରିଲୋଚନ ନେତ୍ରାଳୟ ପାଇଁ ୫ ଏକର ଜମି ପାଇଁ ଅନୁମୋଦନ କରାଯାଇଛି । ବିମାନ ଇନ୍ଧନରେ ଭାଟକୁ ରାଜ୍ୟ ସରକାର ୧ ପ୍ରତିଶତକୁ ହ୍ରାସ କରିଛନ୍ତି । ଏସଭିକେଏମ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଜଟଣୀଠାରେ ଜମି ଯୋଗାଇଦେବେ । ଜେଲରେ କଏଦୀଙ୍କ ମୃତ୍ୟୁ ଘଟିଲେ ତାଙ୍କର ସମ୍ପର୍କୀୟ ପେନସନ ପାଇବେ । ଏମଏସଏମଇ ଉନ୍ନୟନ ନୀତି-୨୦୧୬ରେ ସଂଶୋଧନ କରାଯିବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପାଇଁ ୨୩୭ଟି ହଷ୍ଟେଲ ସ୍ଥାପନ କରାଯିବ |

Leave A Reply

Your email address will not be published.