Jai Odisha
News

ହିଞ୍ଜିଳିକାଟୁରେ ଗୋଟିଏ ପରିବାରରୁ ୪ ଜଣଙ୍କୁ ହତ୍ୟା

ହିଞ୍ଜିଳି, ୨୩/୩ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପିତ୍ତଳ ଛକରେ ହତ୍ୟାକାଣ୍ଡ।  ହିଞ୍ଜିଳିକାଟୁ ଥାନା ପିତ୍ତଳ ଛକରେ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।ଗୋଟିଏ ପରିବାରର ତିନି ଭାଇ ସହ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଲୁହା ରଡ ଓ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ। ମଙ୍ଗଳବାର ମଧ୍ୟରାତ୍ରିରେ ଏଭଳି   ହତ୍ୟାକାଣ୍ଡ ଘଟିଛି। କମେଣ୍ଟମରାକୁ କେନ୍ଦ୍ରକରି ଏହି ହତ୍ୟା ହୋଇଥିବା ଅନୁମାନ କରାଯାଉଛି ।   କମେଣ୍ଟମରାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ପରେ ଗୋଟିଏ ପରିବାରର ୩ ଭାଇ ଏବଂ ଅନ୍ୟ ଜଣେ ପୁତୁରାକୁ ଅଭିଯୁକ୍ତ ମାନେ ହତ୍ୟା କରିଛନ୍ତି । ନରେନ୍ଦ୍ରପୁର ଗାଁର ତିନି ଭାଇ ରାଜା ସ୍ଵାଇଁ, ଶମ୍ଵୁ ସ୍ଵାଇଁ, ସଞ୍ଜୟ ସ୍ଵାଇଁ, ଏବଂ ପୁତୁରା ଚନ୍ଦନ ସ୍ଵାଇଁ ମଙ୍ଗଳବାର ରାତିରେ ହିଞ୍ଜିଳି ପିତ୍ତଳ ଛକରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ ଥିବା ବେଳେ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ତାହା ସହ ୨ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.