Jai Odisha
News

ହିମାଚଳ ପ୍ରଦେଶରେ କ୍ୟାବିନେଟ୍ ଗଠନ, ଶପଥ ନେଲେ ୭ମନ୍ତ୍ରୀ

ନୂଆଦିଲ୍ଲୀ,୮।୧:  ହିମାଚଳ ପ୍ରଦେଶରେ କ୍ୟାବିନେଟ୍ ଗଠନ ହେଲା । ରବିବାର ସକାଳେ ଶିମଲାର ରାଜ ଭବନରେ (ଶିମଲା ଗଭର୍ଣ୍ଣର ହାଉସ) କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସିଏମ୍ ସୁଖବିନ୍ଦର ସିଂ ସୁଖୁ ଶପଥ ଗ୍ରହଣ କରିଥିଲେ ଏବଂ ସଚିବାଳୟରେ ୭ଜଣ ମୁଖ୍ୟ ସଂସଦୀୟ ସଚିବଙ୍କୁ ଗୋପନୀୟତାର ପାଠ କରାଯାଇଛି ।ହିମାଚଳ ପ୍ରଦେଶରେ ସୁଖବିନ୍ଦର ସିଂ ସୁଖୁ ସରକାର ଗଢ଼ିବା ପରେ ୭ଜଣ ବିଧାୟକଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି । ଆଜି ରାଜ ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବିଧିବଦ୍ଧ ଭାବେ ୭ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ହିମାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବ ପ୍ରବୋଧ ସାକ୍ସେନା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ୭ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ବିଧାୟକ ଧନୀରାମ ଶାଣ୍ଡିଲ ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେବା ପରେ ଦ୍ୱିତୀୟରେ ଚନ୍ଦ୍ର କୁମାର, ତୃତୀୟରେ ହର୍ଷବର୍ଦ୍ଧନ ଚ୍ବୗହାନ, ଚତୁର୍ଥ ସ୍ଥାନରେ ମନ୍ତ୍ରୀ ଭାବରେ ଜଗତ୍ ସିଂ ନେଗି ଶପଥ ଗ୍ରହଣ କରିଛନ୍ତି ।ସେହିପରି ରୋହିତ ଠାକୁର ପଞ୍ଚମ ସ୍ଥାନରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଅନିରୁଦ୍ଧ ସିଂ ଏବଂ ବିକ୍ରମଦିତ୍ୟ ସିଂ ସବା ଶେଷରେ ଶପଥ ଗ୍ରହଣ କରିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ମନ୍ତ୍ରୀମଣ୍ଡଳରରେ ୬ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।  ବର୍ତ୍ତମାନ ମଧ୍ୟ ୩ଟି ମନ୍ତ୍ରୀ ପଦବୀ ଖାଲି ରହିଛି ।

 

 

Leave A Reply

Your email address will not be published.