Jai Odisha
News

ହିମାଚଳ ପ୍ରଦେଶ ବିଧାନସଭା ପାଇଁ ସକାଳୁ ଭୋଟ ଗ୍ରହଣ ଆରମ୍ଭ

ହିମାଚଳପ୍ରଦେଶ,୧୨/୧୧: ଆରମ୍ଭ ହୋଇସାରିଛି ହିମାଚଳ ପ୍ରଦେଶର ନିର୍ବାଚନ ଭୋଟ ଗ୍ରହଣ ପ୍ରକ୍ରିୟା । ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳ ୮ଟାରେ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏଠାରେ ସମସ୍ତ ୬୮ ଆସନ ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ହେଉଛି। ଏଥିରେ ୪୧୨ ଜଣ ପ୍ରାର୍ଥୀଙ୍କ ଭାଗୀ ପରୀକ୍ଷା ଆଜି ହେବ। ୫୫.୯୨ ଲକ୍ଷ ଲୋକ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଡିସେମ୍ବର ୮ରେ ଏହାର ଫଳାଫଳ ଘୋଷଣା କରାଯିବ।     ହିମାଚଳପ୍ରଦେଶରେ ପୁରୁଷ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ଅଛି । ଏଥିରେ ୨୮୫୪୯୪୪୫ ମହିଳା ଥିବାବେଳେ ୨୭୩୭୮୪୫ ପୁରୁଷ ସହ ୩୮ଟି ତୃତୀୟ ଲିଙ୍ଗି ଅଛନ୍ତି । ତେବେ ମତଦାନ ପାଇଁ ପ୍ରଥମେ ହମିରପୁର ଜିଲ୍ଲାର ସମିରପୁର ବିଧାନସଭା ସ୍ଥିତ ଭୋରଜ ଠାରେ ୩୬ଟି ମତଦାନ କେନ୍ଦ୍ର ପୋଲିଂ କରାଯାଇଛି । ସେହିପରି ମଣ୍ଡିଜିଲ୍ଲାର ସିରାଜ ବିଧାନସଭା ପାଇଁ ୪୪ଟି ମତଦାନ କେନ୍ଦ୍ର ପୋଲିଂ କରାଯାଇଛି । ଏହାଛଡା ମତଦାନ ପାଇଁ ଭୋଟକେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ଏଥିପାଇଁ ୧୧୮୮୦ ଜଣ ପୁଲିସ କର୍ମଚାରୀଙ୍କ ସହ ୮୩୮୧ ଜଣ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି । ମତଦାନ ପାଇଁ ୩୧୫୩୬ ରାଜ୍ୟ କର୍ମଚାରୀଙ୍କୁ ଭୋଟିଂ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ତେବେ ମତଦାନ ପାଇଁ ସମୁଦାୟ ୭ହଜାର ୮ଶହ ୮୧ଟି ମତଦାନ କେନ୍ଦ୍ରକରାଯାଇଛି । ଏଥିରେ ୭୨୩୫ଟି କେନ୍ଦ୍ର ଗ୍ରାମୀଣ ପାଇଁ ଥିବାବେଳେ ମାତ୍ର ୬୪୬ଟି ମତଦାନ କେନ୍ଦ୍ର ସହର ପାଇଁ କରାଯାଇଛି । ଏହାଛଡ଼ା ୧୫୭ଟି ମତଦାନ କେନ୍ଦ୍ରକୁ ମହିଳା ମାନଙ୍କ ଦ୍ୱାରା ସଂଚାଳନ କରାଯିବ ବୋଲି ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.