Jai Odisha
News

ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ.୨୦ା୫: ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଆମନ୍ତ୍ରଣକ୍ରମେ ‘ଜି୭’ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମ‌ୋଦୀ ହିରୋସିମାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ ଜଣାଇବା ଲାଗି ହିରୋସିମାର ଏକ ହୋଟେଲ୍‌ ନିକଟରେ ଏକତ୍ର ହୋଇଥିବା ଭାରତୀୟ ବଂଶୋଦ୍ଭବମାନେ ମୋଦୀଙ୍କୁ ପ୍ରଶଂସା କରି ସ୍ଲୋଗାନ୍‌ ଉଚ୍ଚାରଣ କରିବା ସହିତ ‘ଭାରତ ମାତାକୀ ଜୟ’ ଓ ‘ବନ୍ଦେ ମାତରଂ’ ଆଦି ସ୍ଲୋଗାନ୍ ଦେଇଥିଲେ। ମେ ୧୯ରୁ ୨୧ ପର୍ଯ୍ୟନ୍ତ ହିରୋସିମା ନଗରୀରେ ଆୟୋଜନ କରାଯାଇଥିବା ଏହି ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ‘ଜି୭’ ନେତାମାନେ ସମ୍ପ୍ରତି ଜାପାନ ଗସ୍ତରେ ଅଛନ୍ତି।  ଶନିବାର ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧିଙ୍କର ପ୍ରତିମୁର୍ତି ଅନାବରଣ କରିଛନ୍ତି। ଏହାପରେ ସେ ମହାତ୍ମାଙ୍କୁ ପୁସ୍ପାଞ୍ଜଳି ଅର୍ପଣ କରିଥିଲେ। ଉନ୍ମୋଚନ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ”ଆଜି ବି ‘ହିରୋସିମା’ ଶବ୍ଦ ଶୁଣି ବିଶ୍ୱ ଭୟଭୀତ ହୋଇଯାଏ । ତେବେ, ଜି-୭ ଶିଖର ସମ୍ମିଳନୀ ପାଇଁ ଜାପାନ ଗସ୍ତ ସମୟରେ ମୋତେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା। ହିରୋସିମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅହିଂସାକୁ ଆହୁରି ଆଗକୁ ବଢାଇବ।” ଏହା ସହିତ ସେ କହିଛନ୍ତି ଯେ, “ଏହା ଜାଣିବା ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଜାପାନ ପ୍ରଧାନମନ୍ତ୍ରୀ ଦେଇଥିବା ଗଛ ଏଠାରେ ହିରୋସିମାରେ ରୋପିତ ହୋଇଛି ଯାହା ଦ୍ୱାରା ଲୋକମାନେ ଏଠାକୁ ଆସିବା ପରେ ଶାନ୍ତିର ମହତ୍ତ୍ୱ ବୁଝିପାରିବେ।”

 

Leave A Reply

Your email address will not be published.