Jai Odisha
News

ହୀରାକୁଦର ୨୦ଟି ଗେଟ ଖୋଲା

ସମ୍ବଲପୁର,୧୨/୮ : ରାଜ୍ୟରେ ବର୍ଷା କାରଣରୁ ହିରାକୁଦର ଜଳ ଭଣ୍ଡାର ବଢିବାର ଲାଗିଛି । ତେବେ ଆଜି ସକାଳେ ହିରାକୁଦର ୪ଟି ଗେଟ୍ ଖୋଲାଯାଇଥିବା ବେଳେ ବର୍ତ୍ତମାନ ଆଉ ୬ ଟି ଗେଟ୍ ପୁଣି ଖୋଲା ଯାଇଛି । ଯାହାଫଳରେ ଏବେ ମୋଟ ୨୦ ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଛି ।ଲଘୁଚାପ ଜନିତ ବର୍ଷା ଯୋଗୁ ଜଳ ନିଷ୍କାସନ ନିମନ୍ତେ ହୀରାକୁଦର ୨୦ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି। ରାଜ୍ୟର କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି, ପରିସ୍ଥିତି ଉପରେ ନଜର ରଖାଯାଇଛି। ପ୍ରାୟତଃ ସବୁ ନଦୀର ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ତାହା ବିପଦ ସଂକେତ ତଳେ ରହିଥିବା ସେ କହିଛନ୍ତି। କେବଳ ଜଳକା ନଦୀର ଜଳସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଏବେ ମୁଣ୍ଡୁଳିରେ ୩.୪୭ କ୍ୟୁସେକ ଜଳ ପ୍ରବାହିତ ହେଉଛି କିନ୍ତୁ ହୀରାକୁଦର ପାଣି ଏପର୍ଯ୍ୟନ୍ତ ମୁଣ୍ଡୁଳିରେ ପହଂଚି ନାହିଁ। ସେ କହିଛନ୍ତି, ହୀରାକୁଦ ପାଣି ଆସି ପହଂଚିବା ବେଳକୁ ପୂର୍ବ ପାଣି ଖସି ସାରିଥିବ ତେଣୁ କୌଣସି ଚିନ୍ତାଜନକ ପରିସ୍ଥିତି ନାହିଁ। ତେବେ ସମ୍ଭାବ୍ୟ ବନ୍ୟା ଜନିତ ପରିସ୍ଥିତିକୁ ନେଇ ଜଳସମ୍ପଦ ବିଭାଗର କର୍ମଚାରୀଙ୍କୁ ସତର୍କ ରଖାଯାଇଥିବା ସେ କହିଛନ୍ତି। ହୀରାକୁଦ ତଳି ଅଂଚଳର ଲୋକମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏ ନେଇ ସତର୍କ ସୂଚନା ଜାରି କରିଛନ୍ତି। ତଳ ଅଂଚଳକୁ ଜଳ ପ୍ରବାହ ତୀବ୍ର ଥିବାରୁ ନଦୀ ଭିତରକୁ ନ ଯିବାକୁ କୁହାଯାଇଛି।

Leave A Reply

Your email address will not be published.