Jai Odisha
News

ହୀରାକୁଦ ଛାଡ଼ିଲା ବନ୍ୟାପାଣି

ହୀରାକୁଦ,୧୮/୦୭ : ରାଜ୍ୟରେ ଅଧିକାଂଶ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ରାଜ୍ୟରେ ମୌସୁମୀ ବର୍ଷା କାରଣରୁ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ପ୍ରଥମେ ୭ନଂ ଗେଟ୍‌ରେ ପାଣି ଛଡ଼ାଯାଇଛି।ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ଜଣାପଡ଼ିଛି। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ହୀରାକୁଦ ଡ୍ୟାମ୍‌ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି।  ଏହାମଧ୍ୟରେ ଆଜି ଖୋଲା ଯାଇଛି ହୀରକୁଦ ଗେଟ୍‍। ହୀରାକୁଦ ମୁଖ୍ୟ ବନ୍ଧରୁ ବିଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ପରେ ଏହି ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ା ଗଲା । ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‍ ଖୋଲା ଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି। ମୋଟ ୫ଟି ଗେଟ୍‍ ମଧ୍ୟ ଦେଇ ଜଳ ନିଷ୍କାସନ ଜାରି ରହିଛି। ତାହା ସହ ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ମଧ୍ୟ ବୃଦ୍ଧି ପାଇଛି ଜଳସ୍ତର । ଆଜି ପ୍ରଥମ ପର୍ଯ୍ୟାୟରେ ହୀରାକୁଦରେ ୫ଟି ଗେଟ୍‌ ଖୋଲାଯାଇଛି। ସକାଳ ୧୧ଟା ସୁଦ୍ଧା ହୀରାକୁଦ ଗେଟ୍‍ ଖୋଲା ଯାଇଛି। ଏ ନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ହୀରାକୁଦ ଗେଟ୍‌ ଖୋଲିବାକୁ ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା କରାଯାଉଛି । ସ୍ଥିତିକୁ ଦେଖି ପ୍ରଶାସନ ମଧ୍ୟ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.