Jai Odisha
News

ୟକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ ଅନାବଶ୍ୟକ

ମସ୍କୋ,୨୮/୧୦ : ୟୁକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଉଦ୍ଦେଶ୍ୟ ନ ଥିବା କଥା ଗୁରୁବାର ସନ୍ଧ୍ୟା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି। କିନ୍ତୁ, ସେଠାରେ ଚାଲିଥିବା ଯୁଦ୍ଧ ହେଉଛି ବିଶ୍ବ ଉପରେ ପାଶ୍ଚାତ୍ୟର ଆଧିପତ୍ୟ ଜାହିର ବିରୋଧରେ। ମାତ୍ର ବୈଶ୍ବିକ ବ୍ୟାପାର ଉପରେ ପାଶ୍ଚାତ୍ୟର ପ୍ରାଧାନ୍ୟ ଶେଷ ହୋଇ ଆସୁଛି ବୋଲି ସେ କହିଛନ୍ତି। ‘ଭାଲ୍‌ଡାଇ ଡିସ୍‌କସନ୍‌ କ୍ଲବ୍‌’ରେ ଆନ୍ତର୍ଜାତିକ ନୀତି ବିଶେଷଜ୍ଞମାନଙ୍କର ସମ୍ମିଳନୀରେ ଉଦ୍‌ବୋଧନ ଦେବା ବେଳେ ଗତ ସନ୍ଧ୍ୟାରେ ପୁଟିନ୍‌ କହିଛନ୍ତି, ୟୁକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବା ରୁଷ୍‌ ପାଇଁ ଅର୍ଥହୀନ।  ରୁଷ ଓ ୟୁକ୍ରେନ ମଧ୍ୟରେ ୮ ମାସ ଧରି ଯୁଦ୍ଧ ଲଗି ରହିଛି। ଏହା ଥମିବାର ନାଁ ଧରୁନି।ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଆହୁରି ତୀବ୍ରତର ହେବାରେ ଲାଗିଛି। ୟୁକ୍ରେନର ସୈନ୍ୟମାନେ ଖେରସୋନକୁ ଘେରି ରୁଷୀ ନିୟନ୍ତ୍ରଣରେ ଥିବା ଅଞ୍ଚଳକୁ ଜୋରଦାର ଟାର୍ଗେଟ୍‌ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ଜୋରଦାର କରିଦେଇଛି ରୁଷ୍‌।  ଡୋନେସ୍କ ଅଞ୍ଚଳରେ ପୁଣି ଏୟାର ଷ୍ଟ୍ରାଇକ୍‌ ହୋଇଛି। କିନ୍ତୁ କେନ୍ଦ୍ରୀୟ ୟୁକ୍ରେନରେ ରୁଷ୍‌ ବେଶି ଆଗକୁ ଯାଇପାରି ନାହିଁ।ଏଭଳି ସ୍ଥିତିରେ ୟୁକ୍ରେନକୁ ସହଯୋଗ କରିଆସୁଥିବା ପାଶ୍ଚାତ୍ୟ ଦେଶଗୁଡିକ ଉପରେ ବର୍ଷିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌। ନିଜର ବାର୍ଷିକ ସମ୍ଭାଷଣରେ ପୁଟିନ୍‌ କହଛନ୍ତି, ପାଶ୍ଚାତ୍ୟ ଦେଶଗୁଡିକର ପ୍ରଭୁତ୍ୱ ଓ ପ୍ରାଧାନ୍ୟ ହ୍ରାସ ପାଇବାରେ ଲାଗିଛି। ଏମାନେ ସୈନ୍ୟମାନଙ୍କର ବିଶ୍ୱାସ ହରାଇଛନ୍ତି। ଏବେ ଏମାନେ ୟୁକ୍ରେନ ପ୍ରସଙ୍ଗରେ ମୁଣ୍ଡ ଖେଳାଇ ବଡ ଭୁଲ କରୁଛନ୍ତି। କେବଳ ସେତିକି ନୁହେଁ, ପୁଟିନ ଆହୁରି କହିଛନ୍ତି, ପାଶ୍ଚାତ୍ୟ ଦେଶଗୁଡିକ ଅନ୍ୟ ରାଷ୍ଟ୍ରଙ୍କୁ ନିଜ ମାର୍ଗରେ ଚାଲିବାକୁ ପ୍ରବର୍ତ୍ତାଉଛନ୍ତି।ସତର୍କ କରାଇ ସେ କହିଛନ୍ତି, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବିଶ୍ବ ସମ୍ଭବତଃ ସବୁଠୁ ବିପଜ୍ଜନକ ଦଶନ୍ଧିରେ ପ୍ରବେଶ କରୁଛି। ପାଶ୍ଚାତ୍ୟକୁ ଆହ୍ବାନ ଦେବାକୁ ନୁହେଁ, ତା’ର ସ୍ଥିତି ଜାହରି ଅଧିକାର ଲାଗି ରୁଷ୍‌ ଏହି ଯୁଦ୍ଧ କରୁଛି।

Leave A Reply

Your email address will not be published.