Jai Odisha
News

ୟାସୀନ ମଲ୍ଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ,୨୫/ ୦୫ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଛିନ୍ନତାବାଦୀ ନେତା ୟାସୀନ ମଲ୍ଲିକକୁ ଆଜାବୀନ କାରାଦଣ୍ଡ ଶୁଣାଇଲେ ଦିଲ୍ଲୀର ପଟିଆଲା କୋର୍ଟ। ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସ୍ପେଶାଲ NIA କୋର୍ଟ ।ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏହି ଶୁଣାଣି କରାଯାଇଛି । ଏହା ସହିତ କୋର୍ଟ ୧୦ ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ NIA, ୟାସିନ ମଲିକକୁ ମୃତ୍ୟୁ ଦେବା ପାଇଁ ଦାବି କରିଥିଲା । ମଲ୍ଲିକକୁ ଫାସୀ ଦଣ୍ଡ ଦେବାକୁ କୋର୍ଟରେ ଜାବି କରିଥିଲା ଏନ୍‌ଆଇଏ। ଅନ୍ୟପଟେ କୋର୍ଟ ନିଯୁକ୍ତ କରିଥିବା ଆମିକସ କ୍ୟୁରି ମଲ୍ଲିକଙ୍କୁ ଆଜୀବନକାରାଦଣ୍ଡାଦେଶ ଦିଆଯାଉ ବୋଲି କୋର୍ଟରେ କହିଥିଲେ। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମଲ୍ଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଗୁରବାର ୟାସୀନ ମଲ୍ଲୀକ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଅଭିଯୋଗ ନିଜେ ମଧ୍ୟ ସ୍ୱୀକାର କରିଥିଲା ୟାସୀନ। ଏଣୁ ତାଙ୍କ ବିରୋଧରେ କୋର୍ଟରେ ଶୁଣାଣି ବେଳେ ଏନ୍‌ଆଇଏ ମୃତ୍ୟୁ ଦଣ୍ଡ ଦାବି କରି ସ୍ୱତନ୍ତ୍ର ବିଚାରପତି ପ୍ରବୀଣ ସିଂହଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ।  ମେ ୧୯ରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ମାମଲାରେ ୟାସିନ ମଲିକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସ୍ପେଶାଲ NIA କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଏହାପୂର୍ବରୁ ମେ’ ୧୦ରେ ମଲିକ କୋର୍ଟଙ୍କୁ କହିଥିଲେ ଯେ ‘ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଚ୍ୟାଲେଞ୍ଜ କରିବାକୁ ଚାହୁଁ ନାହାଁନ୍ତି । ସେ ନିଜ ଅପରାଧ ସ୍ୱୀକାର କରୁଛନ୍ତି । ସ୍ୱାଧିନତା ସଂଗ୍ରାମ ନାଁରେ ଜାମ୍ମୁ କାଶ୍ମୀର ସହ ବିଶ୍ୱର ଅନ୍ୟ ସ୍ଥାନରେ ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିଲେ ୟାସିନ୍‌ । ଏମିତିକି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ୟାସିନ ମଲିକ କଶ୍ମୀର ରାଜନୀତିରେ ବେଶ୍‌ ସକ୍ରିୟ ଥିଲେ। ଯୁବପିଢ଼ିଙ୍କୁ ଉସ୍‌କାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ୟାସିନ ମଲ୍ଲିକ ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ସହିତ ଜଡିତ । ସ୍ୱାଧିନତା ସଂଗ୍ରାମ ନାଁରେ ଜାମ୍ମୁ କାଶ୍ମୀର ସହ ବିଶ୍ୱର ଅନ୍ୟ ସ୍ଥାନରେ ମଧ୍ୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିଲେ ୟାସିନ୍‌ । ଏମିତିକି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ନେଇ ମଧ୍ୟ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା । ୨୦୧୭ରେ ୟାସିନ ମଲ୍ଲିକ କଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଥିବା ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ସେ ସ୍ୱୀକାର କରିଥିଲେ ।

 

Leave A Reply

Your email address will not be published.