Jai Odisha
News

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କିଭ୍,୧।୩: ରୁଷ-ୟୁକ୍ରେନ୍ ଯୁଦ୍ଧ  ୬ ଦିନ ଧରି ଜାରି ରହିଛି । ବର୍ତ୍ତମାନ ୟୁକ୍ରେନ୍ ର ରାଜଧାନୀ କିଭ୍ ଧ୍ୱସଂଲୀଳା ରଚିଚାଲିଛି ଋଷ । ଗୋଟିଏ ପରେ ଗୋଟିଏ ମିସାଇଲ ଆକ୍ରମଣରେ ଥରି ଉଠୁଛି ପୃଥିବୀ ଏଭଳି ସଙ୍କଟମୟ ସ୍ଥିତିରେ କିଭ୍‌ରେ ଭାରତୀୟ ମାନଙ୍କୁ ତୁରନ୍ତ କିଭ୍ ଛାଡିବାକୁ ପରାମର୍ଶ ଦେଇଛି ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ।ୟୁକ୍ରେନ୍‌ର ଆକାଶ ମାର୍ଗରୁ ଘନ ଘନ ରକେଟ ଓ ମିଶାଇଲ ମାଡ ଜାରି ରହିଛି।  ଖାରକିଭ୍‌ରେ ରୁଷ ସେନାର ଆକ୍ରମଣରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହାଇଛି। ଏଭଳି ପରିସ୍ଥିତିରେ   ଜଣେ ଭାରତୀୟ ଛାତ୍ରଙ୍କର ରୁଷର ସେନାର ଗୁଳିମାଡରେ ମୃତ୍ୟୁ ହୋଇଛି। ଏହି ଆକ୍ରମଣ ଖାରକିଭ୍‌ରେ ଘଟିଛି। ଛାତ୍ରଜଣକ ସକାଳେ ଷ୍ଟେସନ୍ ଯିବା ବେଳେ ତାଙ୍କର ଗୁଳିମାଡରେ ମୃତ୍ୟୁ ହୋଇଛି। ରୁଷ ଆକ୍ରମଣରେ ନିହତ ଭାରତୀୟ ଛାତ୍ରଙ୍କର ନାଁ ହେଉଛି ନବୀନ(୨୧)। ତାଙ୍କ ଘର କର୍ଣ୍ଣାଟକର ଚେଲାଗିରିରେ ରହିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି।

Leave A Reply

Your email address will not be published.