Jai Odisha
News

ୟୁକ୍ରେନ ତୈଳ ଡିପୋକୁ ମିସାଇଲ ମାଡ଼ କରି ଉଡ଼ାଇଲା ଋଷ

ନୂଆଦିଲ୍ଲୀ,୦୩/୦୩: ୟୁକ୍ରେନର ଋଷ ଯୁଦ୍ଧର ୮ମ ଦିନରେ ୟୁକ୍ରେନ ଉପରେ ହମଲା ଜାରି ରଖିଛି ରୁଷ। ବିଶେଷ କରି ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ ଉପରେ ଅଧିକ ଆକ୍ରମଣ ହେଉଥିବା ଖବର ମିଳିଛି । ଏଠାରେ ଘନଘନ ଆକ୍ରମଣ କରି ରୁଷ ଯବାନମାନେ ବଡ଼ବଡ଼ ପ୍ରତିଷ୍ଠାନ ଓ ଘର ମାଟିରେ ମିଶିବାରେ ଲାଗିଛନ୍ତି। ରୁଷର ମିସାଇଲ୍ ଓ ରକେଯ୍ ମାଡ଼ କାରଣରୁ ବର୍ତ୍ତମାନ ଖାରକିଭରେ ବିଜୁଳି ସପ୍ଲାଏ ବନ୍ଦ ହୋଇଯାଇଛି ।  ୟୁକ୍ରେନର ବିଭିନ୍ନ ବଡ଼ ବଡ଼ ସ୍ଥାନରେ ମିସାଇଲା ମାଡ଼ କରୁଛି ଋଷ ସେନା। ଗୁରୁବାର ସକାଳେ ପ୍ରତିରକ୍ଷା ମନ୍ତ୍ରାଳୟ ସାମ୍ନାରେ ବୋମା ବର୍ଷଣ କରିଥିବା ବେଳେ ୟୁକ୍ରେନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସହର କୁହାଯାଉଥିବା ଖେରସୋନ ସହରକୁ ମଧ୍ୟ ଋଷ ଆଜି ଅକ୍ତିଆର କରିନେଇଛି। ସେପଟେ ଋଷ ଆଜି ୟୁକ୍ରେନର ଏକ ତୈଳ ଡିପୋକୁ ମିସାଇ ମାଡ଼କରି ଉଡ଼ାଇ ଦେଇଛି। ଘନ ଘନ ମିସାଇଲ ମାଡ଼ ସହ ଋଷ ଏୟାର ଷ୍ଟ୍ରାଇକ କରୁଥିବାରୁ ୟୁକ୍ରେନ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ଘରୁ ନବାହାରିବା ପାଇଁ କହିଛନ୍ତି।

 

Leave A Reply

Your email address will not be published.