Jai Odisha
News

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣା,ସାମାନ୍ୟ ଆହତ ହେଲେ ଜେଲେନସ୍କି

ୟୁକ୍ରେନ, ୧୫/୦୯: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି । ରାଜଧାନୀ କିଭ୍ ନିକଟରେ ଦୁର୍ଘଟଣା ଘଟିଛି । ଗୁରୁବାର ପ୍ରତ୍ୟୁଷରେ ଯୁଦ୍ଧକ୍ଷେତ୍ର ପରିଦର୍ଶନ ସାରି ଫେରିବା ପଥରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ କାର୍‌ ଅନ୍ୟ ଗୋଟାଏ ଗାଡ଼ି ସହିତ ଧକ୍କା ଖାଇଛି, କିନ୍ତୁ ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ନ ଥିବା କଥା ତାଙ୍କ ମୁଖପାତ୍ର କହିଛନ୍ତି। ରୁଷ୍‌ କବଳରୁ ମୁକ୍ତ ହୋଇଥିବା ଖାର୍‌କିଭ୍‌ ଅଞ୍ଚଳର ଇଜିୟମ୍‌ ନଗରୀରେ ସୈନିକମାନଙ୍କୁ ଭେଟି ଜେଲେନ୍‌ସ୍କି କିବ୍‌ ପ୍ରତ୍ୟାବର୍ତ୍ତନ କରୁଥିଲେ।ୟୁକ୍ରେନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ପାସେଞ୍ଜର କାର ଜେଲେନସ୍କିଙ୍କ ଏସକର୍ଟ ସହ ତାଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଜେଲେନସ୍କିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଗୁରୁତର ନଥିବା ଡାକ୍ତର ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.