Jai Odisha
News

ୟୁପିରେ ନିଆଁରେ ଜଳି ପରିବାରର ୫ ମୃତ,୨ ଗୁରୁତର

ମୋରଦାବାଦ,୨୬/୦୮: ଉତ୍ତରପ୍ରଦେଶର ମୋରଦାବାଦରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୫ ଜଣ ଜୀଅନ୍ତା ଦଗ୍ଧ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୋଦାବାଦର ଗାଲସାହିଦ ଅଞ୍ଚଳର ଏକ ୩ ମହଲା କୋଠାରେ ହୋଇଛି ଏହି ଅଗ୍ନିକାଣ୍ଡ । ଉତ୍ତର ପ୍ରଦେଶର ମୁରାଦାବାଦରେ ଗୁରୁବାର ତିନି ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଦେଖାଯାଇଛି । ଏଥିରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୭ ଜଣ ଆହତ ହୋଇଛନ୍ତି । ମୁରାଦାବାଦର ଜିଲ୍ଲାପାଳ ଶୈଳେନ୍ଦ୍ର ସିଂହ କହିଛନ୍ତି ଯେ, ୩ ମହଲା କୋଠାରେ ଏକ ପରିବାର ରହୁଥିଲେ । ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି । ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।  ଗଲଶହୀଦ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଛି । ଏହି ନିଆଁରେ ଶମା ପରବୀନ ଓ ତାଙ୍କର ୩ ଶିଶୁ ଓ ମା’ଙ୍କର ମୃତ୍ୟୁ ହୋଇଛି । ଶମା ପରବୀନ ସରକାର ସ୍କୁଲରେ ଶିକ୍ଷକ ଥିଲେ । ସେ ଉତ୍ତରାଖଣ୍ଡର ରାନୀଖେତରୁ ୨ ଭାଣଜୀଙ୍କ ବିବାହରେ ସାମିଲ ହେବାକୁ ଆସିଥିଲେ । ସେ ମା’ କମର ଆରାଙ୍କ ଘରେ ଅଟକି ଥିଲେ । ଜୀବନ ହରାଇଥିବା ଲୋକଙ୍କ ମଧ୍ୟରେ ନାଫିଆ (୭), ଇବାଦ (୩), ଉମେମା (୧୨), ଶମା ପରବୀନ (୩୫) ଓ କମର କମର ଆରା (୬୫) ଅଛନ୍ତି ।

Leave A Reply

Your email address will not be published.