Jai Odisha
News

ୟୁପି ବିଧାନସଭା ନିର୍ବାଚନ,ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ,୧୦ରେ ଭୋଟ୍

ନୂଆଦିଲ୍ଲୀ ୦୯/୦୨: ୟୁପି ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି ।ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୧୦ ତାରିଖ ଠାରୁ ମତଦାନ ଆରମ୍ଭ ହୋଇଯିବ ।    ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ହେବ । ୨.୨୭ କୋଟି ମତଦାତା ୬୨୩ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେବେ । ଶାସକ ବିଜେପି ଦଳ ସମେତ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ  ପ୍ରସ୍ତୁତି ଜୋରଦାର ଚାଲିଛି । ସମ୍ବେଦନଶୀଳ ବୁଥରେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନକୁ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 

Leave A Reply

Your email address will not be published.