Jai Odisha
News

ୟୁପି ବିଧାନସଭା ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ପରଲୋକ

ପ୍ରୟାଗରାଜ,୮।୧: ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ୮୯ ବର୍ଷରେ ପରଲୋକ ଘଟିଛି। ଆଜି ଭୋର୍‌ ୫ଟା ବେଳେ ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ବରିଷ୍ଠ ‘ବିଜେପି’ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପୁତ୍ର ନୀରଜ ତ୍ରିପାଠୀ କହିଛନ୍ତି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବା ବେଳେ ଘରେ ତାଙ୍କର ଚିକିତ୍ସା କରାଯାଉଥିଲା। ସେଠାରେ ରବିବାର ସକାଳ ୫ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅପରାହ୍ନ ୪ଟାରେ ପ୍ରୟାଗରାଜର ରସୁଲାବାଦ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।କେଶରୀ ନାଥ ୧୯୩୪ ନଭେମ୍ବର ୧୦ରେ ଜନ୍ମଗ୍ରହଣ କରିଥିଲେ। ତିନି ଥର ବିଧାନସଭା ବାଚସ୍ପତି ଥିଲେ। ଏହାଛଡ଼ା ଜୁଲାଇ ୨୦୧୪ରୁ ଜୁଲାଇ ୨୦୧୯ ଯାଏ ସେ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ତାଙ୍କ ପାଖରେ ବିହାର, ମେଘାଳୟ ଏବଂ ମିଜୋରାମ ରାଜ୍ୟପାଳଙ୍କ ଦାୟିତ୍ୱ ମଧ୍ୟ ଥିଲେ ।

Leave A Reply

Your email address will not be published.