Jai Odisha
News

୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୦୫/୨୫: ୧୦ ଦଫା ଦାବି ନେଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ଭାରତ ବନ୍ଦ ଡାକରା ଦେଇଛି ଅଲ ଇଣ୍ଡିଆ ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟିଜ ଏମପ୍ଲଇଜ ଫେଡେରେସନ(ୱିଏଏମସିଇଏଫ)। ଅନ୍ୟ ପଛୁଆ ବର୍ଗ ଓବିସିଙ୍କ ପାଇଁ ଜାତି ଆଧାରରେ ଜନଗଣନା କରାଯାଉନଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।    ଏହା ବ୍ୟତୀତ ସଙ୍ଗଠନ ନିର୍ବାଚନରେ ଇଭିଏମ ବ୍ୟବହାର ଓ ଘରୋଇ କ୍ଷେତ୍ରରେ ଏସସି/ଏସଟି /ଓବେସିଙ୍କ ପାଇଁ  ଆରକ୍ଷଣ ପ୍ରସଙ୍ଗରେ ମଧ୍ୟ ବିରୋଧ କରାଯାଇଛି। ଏହି ବନ୍ଦ ଡାକରାକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ଜାତୀୟ ସଂଯୋଜକ, ରାଷ୍ଟ୍ରିୟ ପରିବର୍ତ୍ତନ ମୋର୍ଚ୍ଚା, ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା ଏବଂ ଏହା ସହ ଜଡିତ ସମସ୍ତ ସଂଗଠନର ସମର୍ଥନ କରିଛନ୍ତି।ବନ୍ଦର ପ୍ରଭାବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଥିବା ଦେଖାଯାଇଛି । ତେବେ ସରକାର ଦାବୀ ନ ମାନିଲେ ଆଗକୁ ଆହୁରି ବିକ୍ଷୋଭ ଜୋରଦାର କରାଯିବ ବୋଲି କହିଛନ୍ତି ସଂଘର ଜିଲ୍ଲା ସଭାପତି।

Leave A Reply

Your email address will not be published.