Jai Odisha
News

୧୦ ବର୍ଷ ପରେ ଭାରତରେ ରିଲିଜ୍‌ ହେବ ପାକିସ୍ତାନୀ ଚଳଚ୍ଚିତ୍ର

ମୁମ୍ବାଇ: ଚଳିତ ବର୍ଷ ପାକିସ୍ତାନୀ ଚଳଚ୍ଚିତ୍ର ‘ଦି ଲିଜେଣ୍ଡ୍‌ ଅଫ୍‌ ମୌଲା ଜଟ୍ଟ’ ସାରା ବିଶ୍ବର ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଛି। ଫିଲ୍ମକୁ କେବଳ ପାକିସ୍ତାନ ନୁହେଁ ବରଂ ବିଦେଶରେ ମଧ୍ୟ ଖୁବ୍‌ ଭଲପାଇବା ମିଳିଛି। ଖବର ମିଳିଛି ଯେ, ‘ଦି ଲିଜେଣ୍ଡ୍‌ ଅଫ୍‌ ମୌଲା ଜଟ୍ଟ’ ଭାରତରେ ରିଲିଜ୍‌ ହୋଇପାରେ। ଏହାପରେ ମହାରାଷ୍ଟ୍ର ନବନିର୍ମାଣ ସେନା ପାର୍ଟିର ନେତା ଅମେୟ ଖୋପକର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଯିଏ ଭାରତରେ ପାକିସ୍ତାନୀ ଚଳଚ୍ଚିତ୍ର ‘ଦି ଲିଜେଣ୍ଡ୍‌ ଅଫ୍‌ ମୌଲା ଜଟ୍ଟ’ ଦେଖିବ ସେ ଦେଶଦ୍ରୋହୀ ହେବ।କିନ୍ତୁ ଏବେ ଏହି ପାକିସ୍ତାନୀ ଫିଲ୍ମକୁ ଭାରତରେ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଥିଏଟର ଚେନ୍ ଆଇନକ୍ସର ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ସୂଚନା ଅନୁଯାୟୀ, ଆଇନକ୍ସ ଲିଜର ଲିମିଟେଡର ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ସିଂ ଜ୍ୟାଲା କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ଶୁକ୍ରବାର ଡିସେମ୍ବର ୩୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆଶ୍ଚର୍ଯ୍ୟକର ଯେ, ଦୀର୍ଘ ୧୦ ବର୍ଷ ପରେ କୌଣସି ପାକିସ୍ତାନୀ ଚଳଚ୍ଚିତ୍ର ଭାରତରେ ମୁକ୍ତିଲାଭ କରିବାକୁ ଯାଉଛି।

Leave A Reply

Your email address will not be published.