Jai Odisha
News

୧୦ ଲକ୍ଷ ଲୋନ ଦେବା ଆଳରେ ଯୁବକଠୁ ୩୦ ହଜାର ଠକି ନେଲେ ସାଇବର ଠକ

 

ନବରଙ୍ଗପୁର,୨୪।୨:-ଡାବୁଗାଁ୧୦ ଲକ୍ଷ ଟଙ୍କା ପର୍ଶନାଲ ଲୋନ ଦେବା ଆଳରେ ଜଣେ ଯୁବକ ଠୁ ୩୦ ହଜାର ଠକି ନେଇଛନ୍ତି ସାଇବର ଠକ । ଇଣ୍ଡିଆ ବୁଲ” ଧନି ” ମୋବାଇଲ ଆପ ମାଧ୍ୟମରେ ଯୁବକ ଜଣକ ଠକାମୀ ର ଶିକାର ହୋଇଛନ୍ତି । ଠକାମୀ ର ଶିକାର ହୋଇଥିବା ଯୁବକ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁଣିଗୁଡ଼ା ଗ୍ରାମ ର ଅକ୍ଷୟ କୁମାର ବେହେରା (୩୫) । ସୂଚନା ଅନୁଯାୟୀ ଇଣ୍ଡିଆ ବୁଲ ” ଧନି ” ନାମକ ମୋବାଇଲ ଆପ ରେ ଡୁମୁଣିଗୁଡ଼ା ର ଅକ୍ଷୟ କୁମାର ବେହେରା କୁ ୧୦ ଲକ୍ଷ ଟଙ୍କା ପର୍ଶନାଲ ଲୋନ ଦିଆ ଯିବ ବୋଲି ଗତ ଶନିବାର ୧୧ ତାରିଖରେ ଏକ ଫୋନ କାଲ ଆସିଥିଲା। ଅକ୍ଷୟ କୁମାର ୧୦ ଲକ୍ଷ ଲୋନ୍ ପାଇବା ନେଇ ଆଶାୟୀ ହୋଇଥିବା ବେଳେ ଫୋନ ର ୱାଟସ ଆପ ମାଧ୍ୟମରେ ଆବଶ୍ୟକ କାଗଜପତ୍ର ଦେବାକୁ କହିଥିଲେ. ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଷୟ ଆଧାର କାର୍ଡ, ବ୍ୟାଙ୍କ୍ ପାସ ବୁକ୍, ପାନ କାର୍ଡ, ଓ ଅନ୍ୟାନ୍ୟ କାଗଜ ପାତ୍ର ପଠାଇଥିଲା .୧୦ ଲକ୍ଷ ଲୋନ କେବଳ ୨% ସୁଧ ରେ ଦିଆଯାଇ ୭୨ ମାସ କିସ୍ତି ଆକାର ରେ ନିଆଯିବ ବୋଲି ଧନି ଆପ ମାଧ୍ୟମରେ ଯୁବକ ଅକ୍ଷୟ କୁ କୁହାଯାଇଥିଲା। ଏହା ପରେ ସେହି ଫୋନ ନମ୍ବର ରୁ ସର୍ଭିସ ଚାର୍ଜ, ଇନ୍ସୁରାନସ, ଅଗ୍ରୀମ ମାସିକ କିସ୍ତି , ଓ ବିଭିନ୍ନ ଆଳ ଦେଖାଇ ଟଙ୍କା ପୈଠ କରିବାକୁ ଯୁବକ ଙ୍କୁ କହିଥିଲେ. ମନୋଜ କୁମାର ନାମ ରେ ଅକ୍ଷୟ କୁମାର ଅଲଗା ଅଲଗା ଟଙ୍କା ଜମା କରିବାକୁ ଲାଗିଲେ । ଅକ୍ଷୟ ଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଠକ ମାନେ ଇଣ୍ଡିଆ ବୁକ ଧନି ଲୋଗ ଥିବା ବେଡଜ , ଆଧାର କାର୍ଡ ,ପାନ କାର୍ଡ ଇତ୍ୟାଦି ମୋବାଇଲ ମାଧ୍ୟମରେ ପଠାଇଥିଲେ।ଅକ୍ଷୟ ସମସ୍ତ ତଥ୍ୟ କୁ ବିଶ୍ୱାସ କରି ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରିଥିଲେ । ତେବେ ପୁଣି ଅକ୍ଷୟଙ୍କୁ ଠକ ମାନେ ୧୮ ହଜାର ଟଙ୍କା ଜମା କଲେ ହିଁ ତୁମର ଲୋନ ଗୃହୀତ ହେବ କହିଥିଲେ.୧୦ ଲକ୍ଷ ଲୋନ ପାଇବା ଆଶାରେ ୩୦ ହଜାର ପର୍ଯ୍ୟନ୍ତ ଟଙ୍କା ବାନ୍ଧି ସାରିଥିବା ଅକ୍ଷୟ ପାଖରେ ଆଉ ଟଙ୍କା ନ ଥିବାରୁ ୧୮ ହଜାର କିପରି ବାନ୍ଧିବ ସେ ନେଇ ଚିନ୍ତାରେ ପଡିଯାଇଥିଲା . ଏହି ଅବସରରେ ତୁରନ୍ତ ୧୮ ହଜାର ଟଙ୍କା ବାନ୍ଧିବାକୁ ଅକ୍ଷୟ କୁ ସାଇବର ଠକ ମାନେ ଚାପ କରିଥିଲେ . ଏଥିରେ ଅକ୍ଷୟ ର ସନ୍ଦେହ ଜାତ ହେବା ସହ ସେ ଠକାମୀ ର ଶିକାର ହୋଇଥିବା ଜାଣି ପାରିଥିଲେ . ଠକାମୀ ର ଶିକାର ପରେ ଯୁବକ ଅକ୍ଷୟ ବେହେରା ମୁଣ୍ଡରେ ହାତ ଦେଇଥିବା ବେଳେ ୧୦ ଲକ୍ଷ ଲୋଭରେ କେତେଜଣ ସାଙ୍ଗକୁ ଧାର କରଜ କରି ୩୦ ହଜାର ଟଙ୍କା ଆଣି ସାଇବର ଠକ ମାନଙ୍କୁ ଟଙ୍କା ପଠାଇଛନ୍ତି  |

Leave A Reply

Your email address will not be published.