Jai Odisha
News

୧୧୫୦ ସହକାରୀ ଶିକ୍ଷକ ପାଇଲେ ପଦୋନ୍ନତି

ଭୁବନେଶ୍ଵର,୧୩/୦୯ : ୧୧୫୦ ସହକାରୀ ଶିକ୍ଷକ ପାଇଲେ ପଦୋନ୍ନତି|୧୧୫୦ ଜଣ ସହକାରୀ ଶିକ୍ଷକ (ଜୁନିୟର ଏସଇଏସ)ଙ୍କୁ ପ୍ରଧାନଶିକ୍ଷକ (ସିନିୟର ଏସଇଏସ) ପଦବୀକୁ ପ୍ରମୋସନ ପାଇଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ଦୁଇ ଥର ଜୁନିୟର ଏସଇଏସରୁ ସିନିୟର ଏସଇଏସ ପଦବୀକୁ ପ୍ରମୋସନ ଦିଆଯାଇଛି । ତେବେ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସ୍ୱାଗତ କରାଯାଇଛି । ଏଥିସହିତ ପଦୋନ୍ନତି ପାଇ ବିଭିନ୍ନ ବିଦ୍ୟାଳୟକୁ ଯାଇଥିବା ପ୍ରଧାନଶିକ୍ଷକଙ୍କ ପ୍ଲେସ୍ ଅଫ୍ ପୋଷ୍ଟିଂରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ଆଣିଛି । ପୂର୍ବରୁ ପଦୋନ୍ନତି ସମୟରେ ପ୍ଲେସ୍ ଅଫ୍ ପୋଷ୍ଟିଂରେ ଯେଉଁସବୁ ମୋଡାଲିଟି ଗ୍ରହଣ କରାଯାଉଥିଲା, ତାହା ଚଳିତ ଥର କରାଯାଇନାହିଁ । ପ୍ରତ୍ୟକ୍ଷ କାଉନସେଲିଂ, ଅନଲାଇନ ଚଏସ କିମ୍ବା ବିକଳ୍ପ ସ୍ଥାନ ଚୟନ ମଗାଯାଇନାହିଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.