Jai Odisha
News

୧୨ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଝାରବନ୍ଧ ବନ୍ଦ ଡାକରା

ଭୁବନେଶ୍ୱର ୨୧/୧୧: :୧୨ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଝାରବନ୍ଧ ବନ୍ଦ ଡାକରା  ।ଦିନକୁ ଦିନ ତେଜିବାରେ ଲାଗିଛି ଜନ ଅସନ୍ତୋଷ ।ବିଭିନ୍ନ ଦାବି ନେଇ ଏବେ ରାଜରାସ୍ତା ରେ ଝାରବନ୍ଧ ଗ୍ରାମବାସୀ। 12 ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଝାରବନ୍ଧ ଗ୍ରାମ୍ୟ କମିଟି। ଆଜି ସମସ୍ତ ଦୋକାନ ବଜାର ଏବଂ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ସହ ଗଣ ଧାରଣାରେ ବସିଛନ୍ତି ଗ୍ରାମବାସୀ। ଝାରବନ୍ଧ PHCକୁ CHC ମାନ୍ୟତା, JMFC କୋର୍ଟ ସ୍ଥାପନ, ଝାରବନ୍ଧ ରେ +2 Science କଲେଜ୍ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନୂତନ କୋଠଗୃହ ନିର୍ମାଣ , ପାନୀୟ ଜଳର ବ୍ୟବସ୍ଥା, ଝାରବନ୍ଧ ବ୍ଲକରେ ନୂତନ ଗ୍ରିଡ ସ୍ଥାପନ , ତା ସହିତ ପଶୁ ଡାକ୍ତରଖାନା ପୁନରୁଦ୍ଧାର ଭଳି 12 ଦଫା ଦାବି ନେଇ ଗଣ ଧାରଣା ଦେଇଛନ୍ତି ।ବିଭିନ୍ନ ସାମାଜିକ ସଂଗଠନ ଗଣ ଧାରଣାରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.